ଦୁର୍ଘଟଣାରାଜ୍ୟ

ଗୋରୁ ବୋଝେଇ ଟ୍ରକ ଓଲଟି, ୧୪ ଗୋରୁ ମୃତ

ଯାଜପୁର:ପାଣିକୋଇଲି,IBN ଓଡିଶା: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଗ୍ରାମ ନିକଟରେ ରବିବାର ଭୋର ସମୟରେ ଏକ ୬ ଚକିଆ ଟ୍ରକ ଓଲଟି ପଡ଼ିବାରୁ ୧୪ଟି ଗାଈ ଘଟଣାସ୍ଥଳରେ ହିଁ ମରିଯାଇଛନ୍ତି। ଗୋଟିଏ ଗାଈ ବଞ୍ଚିଯାଇଛି, ପ୍ରାଣୀ ଚିକିତ୍ସକ ତାହାର ଚିକିତ୍ସା କରିଥିବା ଜଣାପଡ଼ିଛି।
ସୂଚନା ଥାଉକି ରବିବାର ଭୋରରେ ଭଦ୍ରକ ଆଡୁ ପାଣିକୋଇଲି ପଟକୁ ଆସୁଥିବା ଏକ ଟ୍ରକ (ଓଆର ୦୧ଡି ୬୨୬୧) ବ୍ରଜନଗର ଗଳିପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲରେ ଓଲଟି ପଡ଼ିଥିଲା। ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲା। ଟ୍ରକରେ ଚାଲାଣ ହେଉଥିବା ୧୫ଟି ଗାଈ ମଧ୍ୟରୁ ଗୋଟିଏକୁ ଛାଡ଼ି ଅନ୍ୟ ସବୁଗୁଡ଼ିକର ମୃତ୍ୟୁ ହୋଇଥିଲା।

ଗାଈଗୁଡ଼ିକର ଗୋଡ଼ ଓ ମୁହଁକୁ ଦଉଡ଼ିରେ ବନ୍ଧା ଯାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।ପାଣିକୋଇଲି ପୁଲିସ ପହଞ୍ଚି ଟ୍ରକଟିକୁ ଉଠାଇ ଜବତ କରିବା ସହ ମୃତ ଗାଈଗୁଡ଼ିକୁ ନେଇ ନିକଟସ୍ଥ ବୈତରଣୀ ନଦୀପଠାରେ ଗାତ ଖୋଳି ପୋତାଯାଇଥିଲା। ଟ୍ରକର ମାଲିକ ଫିରୋଜ ଖାଁ ବୋଲି ଜଣାପଡ଼ିଛି। ସବୁଠୁ ବଡକଥା ହେଉଛି କି ବାଲେଶ୍ୱର ଆଉ ଭଦ୍ରକ ଦେଇ ଏତେ ଏତେ ଥାନା କ୍ରସ କରି ଉକ୍ତ ଗାଡି ଟି ଆସିଥିବା ବେଳେ କେମିତି ନଜର ପଡ଼ିଲାଣି ଥାନା ର ବାବୁମାନଙ୍କ ର ତାହାକୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି।ପୁଲିସ ନଂ.୧୭୭/୨୨ରେ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button