ଅପରାଧରାଜ୍ୟ

ବିବାଦ ଘେରରେ ରସୁଲପୁର କରଜଙ୍ଗା ବାଲିଘାଟ,ଆର ଫର୍ମ ନାହିଁ ଚାଲିଛି ଟୁକନ ରେ ବାଲି ଚାଲାଣ

ଯାଜପୁର ,ରସୁଲପୁର,IBN ଓଡିଶା- ବାଲି ଚୋରିକୁ ନେଇ ଯାଜପୁର ଜିଲ୍ଲା ସବୁ ବେଳେ ଚର୍ଚ୍ଚାରେ ଥିବା ବେଳେ ପୁଣି ରସୁଲପୁର କରଜଙ୍ଗା ବାଲିଘାଟ ଏବେ ବିବାଦ ଘେରକୁ ଆସିଛି।ଘାଟ ଗୋଟିଏ ହେଲେ ରସିଦ ଭିନ୍ନ ଭିନ୍ନ ଜାଗାର ବୋଲି ଗଣମାଧ୍ୟମ କ୍ୟାମେରା ରେ କଏଦ ହୋଇଛି।
ଲିଜଧାରୀ ଓ ତହସିଲଦାର ଙ୍କ ମଧୁ ଚଦ୍ରିକାରେ ଦୈନିକ ଶହ ଶହଟ୍ରିପ ବାଲି ଲୁଟ ହେଉଥିବା ର ଅଭିଯୋଗ କରିଛନ୍ତି ଗ୍ରାମବାସୀ।ତେବେ ଲିଜ ସାଢ଼େ ବାର ଏକର ଦିଆଯାଇଥିବା ବେଳେ ୫୦ଏକର ରୁ ଉର୍ଦ୍ଧ୍ବ ବାଲି ଲିଜଧାରୀ ତାଡି ନେଇଥିବାର ଅଭିଯୋଗ କରି ଗତ ବୁଧବାର ଦିନ ଉକ୍ତ ଘାଟ ରେ ଶତାଧିକ ମହିଳା ଆଉ ପୁରୁଷ ପହଂଚି ଘାଟକୁ ବିରୋଧ କରିଥିଲେ। କାରଣ ବାଲି ଘାଟ ଲିଜଧାରୀ ମାଲିକ ନକଲି ରସିଦ ଜରିଆ‌ରେ ବାଲି ପରିବହନ କରୁଥିବାର ଏକ ରସିଦରୁ ଜଣା ପଡିବା ପରେ ଅଞ୍ଚଳବାସୀ ତାତି ଯିବା ସହ ବାଲିଘାଟ କର୍ମଚାରୀଙ୍କୁ ଘେରି ଥିଲେ।ତେବେ ସୂଚନା ଥାଉକି ଲିଜ ସୂତ୍ରରେ କରଜଙ୍ଗା ମୌଜାର ୧୨୩୬ ନମ୍ବର ପ୍ଲଟର ୧୨.୫୦ ଏକର ଦିଆଯାଇଛି ଭୁବନେଶ୍ୱର ପଟିଆ ଅଞ୍ଚଳର ରଂଜନ କୁମାର ପଟନାୟକ ଙ୍କୁ।ହେଲେ ଏହାକୁ ବେଖାତିର କରି ବେଆଇନ ଭାବେ 50 ଏକର ରୁ ଉର୍ଦ୍ଧ ବାଲି ତାଡି ନେଉଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ।ମାଇନିଂ ନିୟମ ମୁତାବକ ଘାଟରେ ମେସିନ କୁ ବାରଣ ଥିବା ବେଳେ ଏଠି କିନ୍ତୁ ତିନି ତିନି ଟି ମେସିନ ରାତି ଦିନ ଏକ କରି ଦୈନିକ ବଡ ବଡ ହାଇବା ସାହାଯ୍ୟରେ ବାଲି ବାହାରକୁ ଚାଲାଣ କରାଯାଉଛି।ଅନ୍ୟପଟେ କହିବାକୁ ଗଲେ ଆରଡ଼ି ରୋଡ଼ ରେ ଭରିଯାନ କୁ ନିଷେଧ ହୋଇଥିବା ବେଳେ ବେଆଇନଭାବେ ଦୈନିକ ଗ୍ରାମର ରାସ୍ତା ଦେଇ ସହ ସହ ଟ୍ରିପ ବାଲି ବୋଝେଇ କରି ନେବା ଫଳରେ ନାନାଦି ପ୍ରକାର ଅସୁବିଧା ର ଗ୍ରାମବାସୀ ମାନେ ସଂମୁଖୀନ ହୋଉଥିବାର ଅଭିଯୋଗ କରିଛନ୍ତି।ଯାହାକୁ ନେଇ ଶତାଧିକ ଲୋକେ ଗତ ବୁଧବାର ଦିନ ବାଲି ଘାଟ ବନ୍ଦ ଡାକରା ଦେଇ ଘୋର ବିରୋଧ କରିବା ସହିତ ବାଲି ଲିଜ ଧାରୀ କର୍ମଚାରୀ ଙ୍କ ଉପରେ ବର୍ଷିଥିଲେ।ଏମିତିକି କରଜଙ୍ଗା ମୌଜାରୁ ବାଲି ଉଠୁଥିବା ବେଳେ ଉକ୍ତ ଲିଜ ଧାରୀ ରଂଜନ ପଟନାୟକ ବଡ ଚଅପୋଇ ନାମରେ ଫେକ ଟୁକନ କରି ବାଲି ଚାଲାଣ କରୁଥିବାର ଖୋଦ ନିଜ ମୁହଁରେ ସ୍ୱୀକାର କରିଛନ୍ତି ତାଙ୍କ କର୍ମଚାରି।ରଂଜନଙ୍କ ସୁପରଭାଇଜର ଙ୍କ କହିବା କଥା ଆମ ବାବୁ ଯାହା ଦେଇଥିଲେ ଆମେ ତାହା କାଟୁଚୁ ଏଥିରେ ଆମର ଭୁଲ କେଉଁଠି ରହିଲା।ସବୁ ଠୁ ବଡ କଥା ହେଉଛି କି ସରକାରୀ ଆର୍ ଫର୍ମ ଉକ୍ତ ଘାଟ ରେ କଟା ଯାଉ ନଥିବା ବେଳେ କେବଳ ରଂଜନ କୁମାର ପଟନାୟକ ନାମରେ ଫେକ ଟୁକନ କରି ଦୈନିକ ବଡ ବଡ ଟ୍ରକ ଓ ଟ୍ରାକ୍ଟର ଙ୍କୁ ଦିଆଯାଉଛି।ଆଉ ଏସବୁ ଜାଣି ମଧ୍ୟ କାହିଁକି ରସୁଲପୁର ତହସିଲଦାର ଆଉ ଜିଲ୍ଲାପାଳ ଚୁପ ବସିଛନ୍ତି ଯାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି।

ଅନ୍ୟ ପଟେ ଦୈନିକ ନଦୀରୁ ବାଲି ଲୋଡ ହେବା ଫଳରେ ମହିଳା ମାନେ ଶୌଚ ହେବା ପାଇଁ ନଦୀ କୁ ଯାଇପାରୁ ନାହାନ୍ତି।ଆଉ ଏପଟେ ରାସ୍ତା କଡରେ ଏକ ବିଦ୍ୟାଳୟ ଥିବାବେଳେ ରାସ୍ତାରେ ବାଲି ଟ୍ରକ ଯିବା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଇଁ ବିପଦ ସଂକୁଳ ହୋଇପଡିଛି।ଯାହାକୁ ନେଇ ରସୁଲପୁର ବ୍ଲକ ରେ ଗତ ମାସ ୨୫/୦୭/୨୦୨୨ରେ ହୋଇଥିବା ଜନ ସୁଣାଳୀ ରେ ଯାଜପୁର ଜିଲ୍ଲା ର ସମସ୍ତ ଉଚ୍ଚ ଅଧକାରୀ ଙ୍କ ଉପସ୍ଥିତି ରେ ଗ୍ରାମବାସୀ ମାନେ ବାଲି ଘାଟ କୁ ବନ୍ଦ କରିବା ପାଇଁ ଅଭିଯୋଗ କରିଥିଲେ।ହେଲେ ଅଦ୍ୟାବଧି କୌଣସି ପ୍ରକାର କଯ୍ୟାନୁଷ୍ଠାନ ଜିଲ୍ଲା ପାଳଙ୍କ ତରଫରୁ ନିଆଯାଇ ନଥିବାର ଗ୍ରାମବାସୀ ମନେ କହିଛନ୍ତି। ବାଲି ମାଫିଆ ଙ୍କ ଠୁ ଲାଞ୍ଚ ନେଇ ତହସିଲଦାର ଘାଟ ଚଳାଇବାକୁ ଅନୁମତି ଦେଇଛନ୍ତି ବୋଲି ଗ୍ରାମବାସୀ ମାନେ ଗଣ ମାଧ୍ୟମ କୁ ପ୍ରତିକ୍ରିୟା ରଖିଛନ୍ତି।ତେବେ ନକଲି ରସିଦ ରେ ବାଲିଘାଟ ଚାଲୁଥିବା ମାଲିକଙ୍କ ଉପରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ ତା ଉପରେ ରହିଛି ସମସ୍ତ ଙ୍କ ନଜର ।

 

Related Articles

Leave a Reply

Your email address will not be published. Required fields are marked *

Back to top button