IBN ଓଡ଼ିଶା ବ୍ୟୁରୋରାଜ୍ୟ

ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଙ୍କୁ ଲୋକୟୁକ୍ତ ଙ୍କ ଛାଟ, ଫସିବେ ପ୍ରଭାତ।

*କ୍ଷମତାର ଅପବ୍ୟବହାର କରିଛନ୍ତି ଧର୍ମଶାଳା ବ୍ଲକ ଅଧ୍ୟକ୍ଷ*

*ସରକାରୀ ଟଙ୍କାରେ ବ୍ଲକ ଅଧ୍ୟକ୍ଷଙ୍କ ଇଟା ଫ୍ୟାକ୍ଟେରି କୁ ରାସ୍ତା*

*ଲୋକୟୁକ୍ତଙ୍କ ତଦନ୍ତକାରୀ ସଂସ୍ଥାଙ୍କ ଛାନ୍ ଭିନ*

====================

*ଜଙ୍ଗଲ ଜମିରେ ପିଚୁ ରାସ୍ତା ନିର୍ମାଣ*

*ଲିଜ ୨ଏକର ଫ୍ୟାକ୍ଟେରି ୫ଏକର*

*ଅଡ଼ୁଆରେ ବ୍ଲକ ଅଧ୍ୟକ୍ଷଙ୍କ ସହ ବିଡ଼ିଓ, ତହସିଲଦାର, ସହକାରୀ ଯନ୍ତ୍ରୀ ଓ ଜିପିଟିଏ*

——————-////////////////—

IBN ଓଡିଶା (ବ୍ୟୁରୋ)ଯାଜପୁର:ଧର୍ମଶାଳା:ଜନ ପ୍ରତିନିଧି ହୋଇ ଜନତା ଙ୍କ ମୌଳିକ ସମଷ୍ୟା କୁ ଗୁରୁତ୍ୱ ଦେବା କଥା ହେଲେ ଏଠି ଧର୍ମଶାଳା ର ବ୍ଲକ ଅଧକ୍ଷ ନିଜର ବ୍ୟକ୍ତିଗତ ସ୍ୱାର୍ଥ କୁ ଆଖି ଆଗରେ ରଖି ସରକାରୀ ଟଙ୍କାରେ ରାସ୍ତା ନିର୍ମାଣ କରି ଏଥି ସହିତ ସରକାରୀ ଜମିରେ ଇଟା ଫ୍ୟାକ୍ଟେରି ହୋଇଥିବାର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଆସିବାପରେ ଶ୍ରୀଯୁକ୍ତ ସର୍ବେଶ୍ୱର ବେହୁରା ଏନେଇ ମାନ୍ୟବର ଲୋକୟୁକ୍ତ ଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ନମ୍ବର ୮୬/୨୦୨୩ ରଜ୍ଜୁ ହେବା ପରେ ଧର୍ମଶାଳା ବ୍ଲକ ଅଧକ୍ଷ ପ୍ରଭାତ ବଲବନ୍ତରାୟଙ୍କ ସମେତ ବିଡ଼ିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ,ଜିପିଟିଏ ଏବଂ ଧର୍ମଶାଳା ତହସିଲଦାର ଙ୍କୁ ପକ୍ଷଭୁକ୍ତ କରାଯିବା ସହ ୪ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ୍ ଜାରି ହୋଇଥିଲା ।ତେବେ ଗତ ୧୦ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପରେ ଲୋକୟୁକ୍ତ ଏହାକୁ ଅନୁକରଣ କରି ଡ଼ାଇରେକ୍ଟର ଅଫ ଇନ୍ କ୍ୱାରୀ ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ଗତକାଲି ବଡ଼ରୁଖା ମୌଜା ରେ ପହଞ୍ଚି ଛାନ୍ ଭିନ ଆରମ୍ଭ କରିଥିଲେ।

ସୂଚନା ଥାଉକି ଏହି ବ୍ଲକ ସୁନ୍ଦରିଆ ପଞ୍ଚାୟତ ବଡ଼ରୁଖା ମୌଜାରେ ଧର୍ମଶାଳା ବିଧାୟକଙ୍କ ଭାଇ ତଥା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ଇଟା ଫ୍ୟାକ୍ଟ୍ରିକୁ ସରକାରୀ ଅର୍ଥରେ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିବା ଅଭିଯୋଗରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଲୋକାୟୁକ୍ତଙ୍କ ନିଜସ୍ଵ ତଦନ୍ତକାରୀ ସଂସ୍ଥା ଡାଇରେକ୍ଟର ଅଫ ଇନକ୍ଵାରୀ ଏହାର ତଦନ୍ତ ଭାର ନେଇ ଶୁକ୍ରବାର ଦିନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତକାରୀ ଟିମ୍ ଡାଇରେକ୍ଟର ଅଫ ଇନକ୍ୱାରୀ ସର୍ବେଶ୍ଵର ସିଂଙ୍କ ନେତୃତ୍ବରେ ଧର୍ମଶାଳା ବ୍ଲକରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହିତ ଇଟା ଫ୍ୟାକ୍ଟ୍ରିରେ ପହଞ୍ଚି ରାସ୍ତାର ଲମ୍ବ,ପ୍ରସ୍ଥ ଓ ଗଭୀରତା ମାପ କରିଥିଲେ । ବ୍ଲକ ଅଧ୍ୟକ୍ଷ ଏହି ୨ ଏକର ଜମିକୁ ଲିଜ ସୂତ୍ରରେ ନେଇଥିବା ବେଳେ ସେ ୫ ଏକରରୁ ଊର୍ଦ୍ଧ୍ୱ ଜମିକୁ ନିଜ ଦଖଲରେ ରଖି ଇଟା ବ୍ୟବସାୟ କରୁଥିବା ଦେଖିବାକୁ ପାଇଥିଲେ । ତେବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ସୁନ୍ଦରିଆ ପଞ୍ଚାୟତ ବଡରୁଖା ମୌଜାରେ ଥିବା ଇଟା ଫ୍ୟାକ୍ଟ୍ରିକୁ ରାସ୍ତା ନିର୍ମାଣ ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା। ପ୍ରଧାମନ୍ତ୍ରୀ ସଡ଼କ ଠାରୁ ଇଟା ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ଜନ ବସତି ବିହୀନ ଏହି ରାସ୍ତା ନିର୍ମାଣ ପାଇଁ ୯ ଲକ୍ଷ ୫୯ ହଜାର ୨୮୦ ଟଙ୍କାର ବିଲ ପାସ୍ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ପଞ୍ଚାୟତରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ଏହି ବେଆଇନ ରାସ୍ତା ନିର୍ମାଣରେ ସହମତି ପ୍ରକାଶ ନକରିବାରୁ ପୂର୍ବରୁ ବହୁ ଦୁର୍ନୀତିରେ ଜଡ଼ିତ ଥିବା କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁ ଓ ପ୍ରଶାନ୍ତି ଗଡ଼ନାୟକ ଏହି ରାସ୍ତା ନିର୍ମାଣରେ ସହଯୋଗ କରିଛନ୍ତି । ତେବେ ଲୋକାୟୂକ୍ତଙ୍କ କୌଣସି ଟେକ୍ନିକାଲ ଟିମ୍ ନଥିବାରୁ ବାହାରୁ ଟେକ୍ନିକାଲ ଟିମ ଙ୍କ ସହ ଧର୍ମଶାଳା ତହସିଲ ନେଉଳପୁର ରାଜସ୍ବ ନୀରିକ୍ଷକ ବିରଞ୍ଚି ନାରାୟଣ ବୋଇତେଇ,ଅମିନ ରିତେଶ କୁମାର ସାମଲ ଏହି ମାପ ଚୁପ୍ ରେ ଲୋକାୟୁକ୍ତ ଟିମ୍ କୁ ସହଯୋଗ କରିଥିଲେ । ଏହି ରାସ୍ତା ନିର୍ମାଣ ଦୁର୍ନୀତିରେ ସଂପୃକ୍ତ ଥିବା ସହକାରୀ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ସ୍ୱାଇଁ,କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା । ଏହି ରାସ୍ତାରେ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଧର୍ମଶାଳା ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରା ଲୋକାୟୁକ୍ତ ଙ୍କ ଦ୍ବାରସ୍ଥ ହୋଇଥିଲେ । ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୭ ତାରିଖରେ ରହିଛି ତେବେ ତଦନ୍ତ ରିପୋର୍ଟ ଆସିବା ପରେ ଦୁର୍ନୀତିର ପର୍ଦାଫାସ ହେବ ବୋଲି ଅଞ୍ଚଳ ବାସୀ ଆଶାବାଦୀ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button