IBN ଓଡ଼ିଶା ଏକ୍ସକ୍ଲୁସିଭ୍ଅପରାଧରାଜ୍ୟ

ରଣପୁର ମୟୂରଝାଲିଆ ମାଙ୍କଡାଖଣି ଲୁଟ୍ ମାମଲା : ଘଟଣାରେ ସମ୍ପୃକ୍ତ ୬ ରାଜସ୍ୱ ଅଧିକାରୀ ନିଲମ୍ବିତ

IBN ଓଡିଶା(ବ୍ୟୁରୋ):-ନୟାଗଡ଼:ରଣପୁର ମୟୂରଝାଲିଆ ମାଙ୍କଡାଖଣି ଲୁଟ୍ ମାମଲା । ଘଟଣାରେ ସମ୍ପୃକ୍ତ ୬ ରାଜସ୍ୱ ଅଧିକାରୀ ନିଲମ୍ବିତ । ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଛନ୍ତି । ଅଧିକାରୀଙ୍କ ନାଁରେ ଅଛି ଫୌଜଦାରୀ ମାମଲା । ଆଗୁଆ ଜାମିନ ନେଇ କାର୍ଯ୍ୟରେ ଯୋଗ ଦେଇଥିଲେ ।ଲିଜ୍‌ଧାରୀ ଅନୁମତିଠାରୁ ଅଧିକ ଖଣି ଖନନ କରିଥିବା ବେଳେ ତତ୍‌କାଳୀନ ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ଆର୍‌ଆଇଙ୍କ ଭଳି ୯ ଜଣ ସରକାରୀ କର୍ମଚାରୀ ଏଥିରେ ସମର୍ଥନ କରିଥିବାନେଇ ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା। ଏହିଭଳି ଅଭି‌ଯୋଗ ସହ ରଣପୁରର ଦିଲୀପ ସାମନ୍ତରାୟ ଖଣି ଦୁର୍ନୀତି ନେଇ ଏନ୍‌ଜିଟି, କୋଲକାତାଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ, ରାଜ୍ୟ ଖଣି ନିଗମ କର୍ତ୍ତୃପକ୍ଷ, ବିଭାଗୀୟ ବୈଜ୍ଞାନିକ, ଜିଲ୍ଲାପାଳ ପ୍ରମୁଖ ଗସ୍ତ କରି ଏହି ଖଣି ଦୁର୍ନୀତିର ତଦନ୍ତ କରିଥିଲେ ।

ଏନ୍‌ଜିଟିଙ୍କ ନିକଟରେ ଏନେଇ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଗତ ଡିସେମ୍ବର ୬ରେ ଜବାବୀ ସତ୍ୟପାଠ ଦାଖଲ କରିଥିଲେ। କିଛିଦିନ ତଳେ ଏନ୍‌ଜିଟି ଚୂଡ଼ାନ୍ତ ରାୟ ଶୁଣାଇବା ସହ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ କରାଯିବା ପରେ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ରଣପୁର ତହସିଲଦାରଙ୍କୁ ଏଫ୍‌ଆଇଆର୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ , ମୟୂରଝାଲିଆ ମୌଜାର ୧୬୮୯ ପ୍ଲଟ୍‌ରୁ ୪ ଏକର ମାଙ୍କଡ଼ାପଥର ଖଣି ପାଇଁ ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍ ଦିଆଯାଇଥିଲା । ହେଲେ, ସେ ଅନୁମତିଠାରୁ ଅଧିକ ଖଣି ଖନନ କରିଛନ୍ତି। ସେହିଭଳି ଅଗ୍ରୱାଲ ଇନ୍‌ଫ୍ରା ବିଲ୍‌ଡ ପ୍ରାଇଭେଟ୍ ଲିମିଟେଡକୁ ଏହି ପ୍ଲଟ୍‌ରୁ ୨ ଏକର ଅଞ୍ଚଳରୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ସାମୟିକ ପରମିଟ୍ ଦିଆଯାଇଥିଲା ।

ସେମାନେ ଏହି ପ୍ଲଟ୍‌ର ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ୍‌ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରିଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା। ଏନେଇ ଖଣି ଲିଜ୍‌ଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ଗତ ଜାନୁଆରି ୧୦ ତାରିଖରେ ୨ କୋଟି ୮୧ ଲକ୍ଷ ୫୯ ହଜାର ୯୪୫ ଟଙ୍କା ଜରିମାନା କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button