ଆପ୍ ଅପଡେଟ୍ ନାଁରେ ଠକେଇ – Ibnodisha

[ad_1]
ବ୍ରହ୍ମପୁର : ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ୟୋେନା ଆପ୍ ଅପଡେଟ୍ ନାଁରେ ଆଉ ଏକ ଠକେଇ ସାମ୍ନାକୁ ଆସିଛି ା ଅପଡେଟ୍ ବାହାନାରେ ସାଇବର ଠକମାନେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଛନ୍ତି। ଲାଞ୍ଜିପଲ୍ଲୀ କେଶବନଗରରେ ରହୁଥିବା ନରସିଂହ ମହାନ୍ତିଙ୍କ ମୋବାଇଲକୁ କିଛି ଦିନ ତଳେ ଏକ ମେସେଜ ଆସିଥିଲା ା ତାଙ୍କ ଏସବିଆଇ ୟୋନୋ ଆପ ବ୍ଲକ୍ ହୋଇଯାଇଛି ବୋଲି ଉକ୍ତ ମେସେଜରେ ଲେଖା ହୋଇଥିଲା। ପାନ କାର୍ଡ ଦାଖଲ କରି କେୱାଇସି ଅପଡେଟ କରିବାକୁ ଏଥିରେ କୁହାଯାଇଥିଲା।
ମେସେଜରେ ଦିଆଯାଇଥିବା ଲିଙ୍କ କ୍ଲିକ କରି ୟୋନା ଆପ୍ ଅପଡେଟ କରିବାକୁ କୁହାଯାଇଥିଲା ା ସେହିକ୍ରମରେ ନରସିଂହ ନିଜ ଏସବିଆଇ ଆକାଉଣ୍ଟ ସହ ଜଡିତ ଥିବା ଇଣ୍ଟରନେଟ ବ୍ୟାଙ୍କିଙ୍ଗର ଆଇଡି ଓ ପାସୱାର୍ଡ ଦେଇଥିଲେ ା ଏହାପରେ ତାଙ୍କ ଷ୍ଟେଡବ୍ୟାଙ୍କ ଓଡି ଲୋନ୍-ଆକାଉଣ୍ଟ(ଋଣ ଆକାଉଣ୍ଟ)ରୁ ପ୍ରଥମେ ୨୫୦୦୦ ଟଙ୍କା କଟିଯାଇଥିଲା ା ଏହାର କିଛି ସମୟ ପରେ ପୁଣି ତାଙ୍କ ଆକାଉଣ୍ଟର ୫୦୦୦ ଟଙ୍କା କଟିଯାଇଥିଲା ା ଏହାପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା।
କଲ କରିଥିବା ବ୍ୟକ୍ତି ଜଣଙ୍କ ଷ୍ଟେଟବ୍ୟାଙ୍କ କଷ୍ଟମର କେୟାରରୁ କହୁଛି ବୋଲି ଜଣାଇବା ସହ ଟଙ୍କା କଟିବା ବିଷୟରେ ଆଲୋଚନା କରିଥିଲା ା ଟଙ୍କା ଫେରି ପାଇବାକୁ ହେଲେ ନରସିଂହଙ୍କ ମୋବାଇଲକୁ ଯାଇଥିବା ଓଟିପି ଦେବାକୁ ସେହି ବ୍ୟକ୍ତି ଜଣଙ୍କ କହିଥିଲା ା ଟଙ୍କା ଫେରି ପାଇବା ଆଶାରେ ନରସିଂହ ନିଜ ମୋବାଇଲକୁ ଆସିଥିବା ଓଟିପି କହି ଦେଇଥିଲେ ା ଏହାପରେ ନରସିଂହଙ୍କ ମୂଳ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୪୯ ହଜାର ୯୯୯ ଟଙ୍କା କଟିଯାଇଥିଲା ା
[ad_2]



