ଦେଶ

ନ୍ୟୁଜିଲାଣ୍ଡ ଟି-୨୦ ଟିମ୍‌କୁ ଫେରିଲେ ହେନରୀ, ୱିଲିଅମ୍‌ସନ୍‌, ଫର୍ଗୁସନ୍ ଓ କନ୍‌ୱେ – Ibnodisha

[ad_1]

ଅକ୍‌ଲାଣ୍ଡ୍‌: ପାକିସ୍ତାନ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ମ୍ୟାଟ୍ ହେନ୍‌ରୀ, ଲକି ଫର୍ଗୁସନ୍‌, କେନ୍ ୱିଲିଅମ୍‌ସନ୍ ଓ ଡେଭନ୍ କନ୍‌ୱେ ନ୍ୟୁଜିଲାଣ୍ଡ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ହେନ୍‌ରୀ ଓ ଫର୍ଗୁସନ୍ ଆହତ ସମସ୍ୟାରୁ ସୁସ୍ଥ ହୋଇଥିବା ବେଳେ ୱିଲିଅମ୍‌ସନ୍ ଓ କନ୍‌ୱେ ବ୍ରେକ୍ ପରେ ଫେରିଛନ୍ତି ।

ସେହିପରି ଗତ ସିରିଜ୍‌ରୁ ବାଦ୍ ପଡ଼ିଥିବା ରଚିନ୍ ରବୀନ୍ଦ୍ରଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି । ନ୍ୟୁଜିଲାଣ୍ଡ୍ ଓ ପାକିସ୍ତାନ ମଧ୍ୟରେ ସିରିଜ୍‌ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୨ରେ ଅକ୍‌ଲାଣ୍ଡ୍‌ରେ ଖେଳାଯିବ । ହେନ୍‌ରୀଙ୍କୁ ସମସ୍ତ ମ୍ୟାଚ୍ ପାଇଁ ଟିମ୍‌ରେ ସାମିଲ କରାଯାଇଥିବା ବେଳେ ଫର୍ଗୁସନ୍‌ଙ୍କୁ ଅନ୍ତିମ ତିନି ମ୍ୟାଚ୍ ପାଇଁ ସ୍ଥାନ ମିଳିଛି । ସେହିପରି ନିୟମିତ କ୍ୟାପ୍‌ଟେନ୍ କେନ୍ ୱିଲିଅମ୍‌ସନ୍ ତୃତୀୟ ମ୍ୟାଚ୍‌ରେ ଖେଳିବେନି । ତାଙ୍କ ସ୍ଥାନରେ ଅନ୍‌କ୍ୟାପ୍‌ଡ ବ୍ୟାଟର୍ ଜୋଶ୍ କ୍ଲାର୍କସନ୍‌ଙ୍କୁ କଭର୍ ଭାବେ ଟିମ୍‌ରେ ସୁଯୋଗ ମିଳିଛି । ୱିଲିଅମ୍‌ସନ୍ ଚାରିଟି ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେବେ । ତାଙ୍କ ଅନୁପସ୍ଥିତିରେ ମିଚେଲ୍ ସାଣ୍ଟନର ତୃତୀୟ ମ୍ୟାଚ୍‌ରେ ନେତୃତ୍ୱ ସମ୍ଭାଳିବେ ।

ନ୍ୟୁଜିଲାଣ୍ଡ ଟିମ୍‌: କେନ୍ ୱିଲିଅମ୍‌ସନ୍ (କ୍ୟାପ୍‌ଟେନ୍‌), ଫିନ୍ ଏଲନ୍‌, ଟିମ୍ ସିଫର୍ଟ (ୱିକେଟ୍‌କିପର୍‌), ଡେଭନ୍ କନ୍‌ୱେ (ୱିକେଟ୍‌କିପର୍‌), ଡେରିଲ୍ ମିଚେଲ୍‌, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପ୍‌ମ୍ୟାନ୍‌, ଜୋଶ୍ କ୍ଲାର୍କସନ୍ (୩ୟ ମ୍ୟାଚ୍‌), ମିଚେଲ୍ ସାଣ୍ଟନର୍‌, ମ୍ୟାଟ୍ ହେନ୍‌ରୀ, ଆଡାମ୍ ମିଲ୍‌ନେ, ଈଶ୍ ସୋଢ଼ୀ, ବେନ୍ ସିୟର୍ସ (୧ମ ଓ ୨ୟ ମ୍ୟାଚ୍‌), ଲକି ଫର୍ଗୁସନ୍ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button