ଦେଶ

ଚୀନ୍ ଗସ୍ତରେ ପୁଟିନ୍‌ – Ibnodisha

[ad_1]

ବେଜିଂ:  ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ମଙ୍ଗଳବାର ଚୀନ୍‌ରେ ପହଞ୍ଚିଛନ୍ତି । ଗତବର୍ଷ ଫେବୃଆରୀରେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିବାପରେ ପୁଟିନ ପ୍ରଥମ ଥର କୌଣସି ଶକ୍ତିଶାଳୀ ରାଷ୍ଟ୍ରଗୁ ଗସ୍ତ କରିଛନ୍ତି । ବୁଧବାର ସେ ତାଙ୍କର ଚୀନ୍ ପ୍ରତିପକ୍ଷ ସି ଜିନ୍‌ପିଙ୍ଗ୍‌ଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କ୍ରେମ୍‌ଲିନ୍ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିବାବେଳେ ଆଲୋଚନା କାଳରେ ଏହି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ ବୋଲି ଆଶା କରାଯାଉଛି । ଆମେରିକା ସମେତ ଏକାଧିକ ପାଶ୍ଚାତ୍ୟ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ରୁଷ୍ ଓ ଚୀନ୍ ଏପର୍ଯ୍ୟନ୍ତ ନିରପେକ୍ଷ ରହିଛନ୍ତି । ଅବଶ୍ୟ ଯୁଦ୍ଧ ବନ୍ଦ କରିବା ପ୍ରସଙ୍ଗରେ ଚୀନ୍ ଇତିମଧ୍ୟରେ ମଧ୍ୟପ୍ରାଚ୍ୟର କେତେକ ମୁସ୍‌ଲିମ୍ ରାଷ୍ଟ୍ରଙ୍କ ସହ ଆଲୋଚନା ଆରମ୍ଭ କରିଛି । ସୂଚନାଯୋଗ୍ୟ ବାଣିଜ୍ୟ ଓ ଭିତ୍ତିଭୂମି ପ୍ରସଙ୍ଗରେ ଚୀନ୍ ଏକ ସମ୍ମିଳନୀ ଆୟୋଜନ କରୁଥିବାବେଳେ ୧୩୦ ରାଷ୍ଟ୍ରର ନେତା ଓ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି ।

The post ଚୀନ୍ ଗସ୍ତରେ ପୁଟିନ୍‌ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button