ଦେଶ

ପାରିବାରିକ କଳହର କରୁଣ ପରିଣତି ; ଛୁଆକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମା – Ibnodisha

[ad_1]

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଇଟାୱାରେ ଘଟିଛି ଅଭାବନୀୟ ଘଟଣା। ଛୁଆକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା। ଯାହାଫଳରେ ମହିଳା ଏବଂ ତାଙ୍କ ୫ ବର୍ଷର ପୁଅର ମୃତ୍ୟୁ ହୋଇଛି। ତେବେ ମୃତ ମହିଳାଜଣକ ୨୫ ବର୍ଷୀୟା ରଶ୍ମୀ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ପାରିବାରିକ କଳହରୁ ଚାଲିଗଲା ମାଆ ଓ ପୁଅର ଜୀବନ। ଉତ୍ତରପ୍ରଦେଶର ଇଟାୱାରେ ବାସିନ୍ଦା ରଶ୍ମୀ ନିଜ ୫ ବର୍ଷର ପୁଅକୁ ଧରି ଭରଥନା ରେଲୱେ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ସେ ଅନ୍ୟ ଯାତ୍ରୀଙ୍କ ପରି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଏକ ପାସେଞ୍ଜର ଟ୍ରେନ୍‌ ଆସିବା କ୍ଷଣି ରଶ୍ମୀ ନିଜ ପୁଅକୁ କୋଳରେ ଧରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ। ତେବେ ମହିଳାଙ୍କ ଘରେ ସବୁବେଳେ ଝଗଡା ଲାଗି ରହୁଥିଲା। ପ୍ରତିଦିନର ଏହି କଳହରୁ ମୁକ୍ତି ପାଇବା ପାଇଁ ଜୀବନ ଶେଷ କରିବାକୁ ସ୍ଥିର କରିଥିଲେ ମହିଳା। ଆଉ ନିଜ ସହ ନିଜ ଛୁଆକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button