ଦେଶ

ଏହି ସହରରୁ ଅଯୋଧ୍ୟାକୁ ଉଡ଼ିବ ସିଧାସଳଖ ଫ୍ଲାଇଟ୍ – Ibnodisha

[ad_1]

ନୂଆଦିଲ୍ଲୀ : ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଦେଶ ତଥା ବିଶ୍ୱର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଯୋଧ୍ୟାକୁ ଆସୁଛନ୍ତି। ଦୈନିକ ଲକ୍ଷ ଲକ୍ଷ ଲୋକ ରାମଲଲ୍ଲାଙ୍କ ଦର୍ଶନ କରୁଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଯୋଧ୍ୟାରେ ପହଞ୍ଚିବା ପାଇଁ ବିମାନ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୧ ଫେବୃଆରୀ ୨୦୨୪ରୁ ୮ଟି ନୂଆ ବିମାନ ମାର୍ଗ (ରୁଟ୍) ଆରମ୍ଭ କରିବାକୁ ଯାଉଛି । ନୂଆ ଉଡାନ ମାର୍ଗ ଅଯୋଧ୍ୟାକୁ ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ପାଟନା, ଦରଭଙ୍ଗା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ସଂଯୋଗ କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଶୁଭାରମ୍ଭ କରିବେ ଏବଂ ସ୍ପାଇସ୍ ଜେଟ୍ ବିମାନ ନୂଆ ମାର୍ଗରେ ଉଡ଼ିବ। ଖୁବଶୀଘ୍ର ଅନ୍ୟ ବିମାନ କମ୍ପାନିମାନେ ବି ଅଯୋଧ୍ୟାକୁ ବିମାନସେବା ଆରମ୍ଭ କରିବାର ସମ୍ଭାବନା ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button