ଅପରାଧ

ପୁଣି ଏଟିଏମରୁ ଲୁଟ – Ibnodisha

[ad_1]

ନବରଙ୍ଗପୁର : ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମ ରୁ ଦୁର୍ବୁତ୍ତ ଲୁଟି ନେଇଥିବା ଦେଖିବାକୁ ମିଳିଛି । ଏଟିଏମ ମେସିନ କଟରରେ କାଟିଥିବା ସନ୍ଦେହ କରାଯାଉଛି l କଟରରେ କାଟିଥିବା କାରଣରୁ ଏଟିଏମ ରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଖବରପାଇ ନବରଙ୍ଗପୁର ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ତେବେ, ଏଟିଏମ ତଳେ କିଛି ଟଙ୍କା ନିଆଁ ରେ ପୋଡି ଯାଇଥିବାରୁ ଦୁର୍ବୁତ୍ତ ମାନେ ଉକ୍ତ ଟଙ୍କା ଗୁଡିକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି l ରାତିରେ ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଲୁଟ୍ ର ସୁଚନା ପାଇ ଲୁଟେରାଙ୍କ ପିଛା କରିଥଲା । ଲୁଟେରା ମାନେ ଲୁଟ୍ ସ୍ଥାନ ରୁ ୩୦ କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲ ରେ ଗାଡ଼ି ଛାଡ଼ି ଲୁଚି ଯାଇଛନ୍ତି ।ଏସପି ରୋହିତ ବର୍ମା ଙ୍କ ନେତୃତ୍ଵ ରେ ପୋଲିସ ନାକା ବନ୍ଦି କରି ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଛି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଟଙ୍କା ଚୋରି ହୋଇଛି କିଛି ଜଣାପଡି ନ ଥିବା ବେଳେ ତଦନ୍ତ ପରେ ସମସ୍ତ ଘଟଣା ସାମ୍ନାକୁ ଆସିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button