ମହା ସତ୍ୟ ଏହି ମନ୍ଦିରରେ ଝିଅଙ୍କର ଯୋ-ନି ପୂଜା ହୋଇଥାଏ,ବିଶ୍ୱାସ ହେଉ ନଥିଲେ ଦେଖନ୍ତୁ ହାତ ଯୋଡ଼ିଦେବେ ଆପଣ

ନମସ୍କାର ବନ୍ଧୁଗଣ ଆମ ଭାରତରେ ୧୨ ଗୋଟି ମୁଖ୍ୟ ଜ୍ୟୋତିର୍ଲିଙ୍ଗ ରହିଅଛି। ଯାହାକୁ ଶିବ ଲିଙ୍ଗ ରୂପେ ପୂଜା କରାଯାଏ। ଦର୍ଶକବନ୍ଧୁ ଆପଣ କଣ କେବେ ଚିନ୍ତା କରିଛନ୍ତି କି କାହିଁକି ଶିବ ଲିଙ୍ଗ ପୂଜା କରାଯାଏ ଅନ୍ୟ ଦେବଦେବୀ ଙ୍କର କାହିଁକି ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ରହସ୍ୟ ବିଷୟରେ।
ଭାରତରେ ମୁଖ୍ୟ ୧୨ଟି ଶିବଲିଙ୍ଗ ଥାଇ ମଧ୍ୟ ଅନ୍ୟ ମନ୍ଦିର ମାନଙ୍କରେ ଶିବ ଲିଙ୍ଗର ସ୍ଥାପନ କରାଯାଇଅଛି। ଏକ କାହାଣୀ ବା ଲୋକକଥା ଅନୁସାରେ ଥରେ ଶିବ ଭଗଵାନ କୌଣସି କାରଣରୁ ନିଜର ହୋସରେ ନଥିଲେ ଏବଂ ଉଲଗ୍ନ ହୋଇ ଏଣେ ତେଣେ ବୁଲୁଥିଲେ। ଏହି ଅବସ୍ଥାରେ ସେ ତିନିଲୋକରେ ଭ୍ରମଣ କରିବାକୁ ଲାଗିଲେ। ଶିବ ଭଗଵାନଙ୍କର ଏହି ଉଲଗ୍ନ ଅବସ୍ଥାକୁ ଦେଖି କିଛି ମୁନିଋଷିଙ୍କୁ ଅତ୍ୟନ୍ତ କ୍ରୋଧ ଆସିଗଲା ଏବଂ କ୍ରୋଧରେ ସେମାନେ ଅଭିଶାପ ଦେଇଦେଲେ କି ଶିବଙ୍କର ଲିଙ୍ଗଟି କଟିଯାଇ ଖସି ପଡୁ। ତତ୍କ୍ଷଣାତ ଶିବଙ୍କ ଲିଙ୍ଗଟି କଟିଯାଇ ପତାଳକୁ ଖସି ପଡିଥିଲା ଏବଂ ଶିବଙ୍କର ସେହି ଲିଙ୍ଗରେ ଏତେ ଜ୍ଵାଳା ଭରି ରହିଥିଲା କି ଚାରିଆଡ଼େ ତ୍ରାହି ତ୍ରାହି ଶୁଣିବାକୁ ମିଳିଲା। ସତେ ଯେପରି ସାରା ବିଶ୍ଵ ବ୍ରହ୍ମାଣ୍ଡ ସେହି ଜ୍ଵାଳାରେ ଭସ୍ମୀଭୂତ ହୋଇଯିବ। ଏହା ଦେଖି ଦେବତାମାନେ ବିଚଳିତ ହୋଇ ମାତା ପାର୍ବତୀଙ୍କ ପାଖରେ ପହଞ୍ଚି ଥିଲେ। ମାତା ପାର୍ବତୀ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଵୟଂ ଶିବ ଲିଙ୍ଗକୁ ଧାରଣ କରୁଥିଲେ ଏବଂ ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ନଷ୍ଟ ହେବାରୁ ରକ୍ଷା କରୁଥିଲେ। ଏହା ପରଠାରୁ ସମସ୍ତ ଦେବତାମାନେ ଶିବଙ୍କୁ ମହାଦେବ ବୋଲି ନାମିତ କଲେ।
ବନ୍ଧୁଗଣ ଏହାତ ଥିଲା ଗୋଟିଏ ଲୋକକଥା କିନ୍ତୁ ବାସ୍ତବରେ ଶିବଲିଙ୍ଗ ଅର୍ଥ ଶିବଙ୍କର ଲିଙ୍ଗ ନୁହେଁ। ପ୍ରକୃତରେ ଶିବଙ୍କ ଲିଙ୍ଗ ହେଉଛି ରୂପ ଅଥବା କାହାର ପ୍ରତିବିମ୍ବ। ଶିବ ଲିଙ୍ଗକୁ ମହାଦେବଙ୍କ ପ୍ରତୀକ ରୂପେ ପୂଜା କରାଯାଏ। ପୌରାଣିକ ମତ ଅନୁସାରେ ଶିବ ହେଉଛନ୍ତି ସମଗ୍ର ଉତ୍ପତିର କାରକ ଓ ପରମ୍ବ୍ରହ୍ମ ଅଟନ୍ତି। ପୌରାଣିକ ମାନ୍ୟତା ଅନୁସାରେ ଭଗଵାନ ଶିବ ହିଁ ପୂର୍ଣ୍ଣ ରୂପ ଏବଂ ନିରାକାର ବ୍ରହ୍ମ ମଧ୍ୟ ଅଟନ୍ତି। ଏହାର ପ୍ରତୀକ ଅନୁସାରେ ଶିବଲିଙ୍ଗ ପୂଜା କରାଯାଏ। ଶିବ ଭଗଵାନ ବ୍ରହ୍ମା ଓ ବିଷ୍ଣୁଙ୍କର ଆସନ୍ତି ରୋକିବାକୁ ଯାଇ ଏକ ଦିବ୍ୟ ଓ ଅଲୌକିକ ଲିଙ୍ଗର ଉତ୍ପତ୍ତି କଲେ। ଏହି ଲିଙ୍ଗର ଆଦି ଓ ଅନ୍ତର ସନ୍ଧାନରେ ବ୍ରହ୍ମା ଓ ବିଷ୍ଣୁଙ୍କୁ ଶିବଙ୍କର ପରଂବ୍ରହ୍ମର ସ୍ୱରୂପ ଜ୍ଞାନ ଲାଭ ହେଲା। ସେହି ସମୟ ଠାରୁ ଶିବଙ୍କୁ ପରଂବ୍ରହ୍ମ ମାନି ତାଙ୍କର ପ୍ରତୀକ ଭାବେ ଶିବଲିଙ୍ଗର ପୂଜା କରାଯାଉଛି।
ଏହାଛଡା ଶିବ ପୁରାଣ ଅନୁସାରେ ସମୁଦ୍ର ମନ୍ଥନରୁ ହଳାହଳ ବିଷକୁ ଶିବ ପାନ କରିଥିଲେ। ନଚେତ୍ ସେହି ହଳାହଳ ବିଷ ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ନଷ୍ଟ କରିଦେଇଥାନ୍ତା। ସେହି ହଳାହଳ ବିଷ ପାନ କରିବାରୁ ଏବଂ ସେହି ହଳାହଳ ବିଷ କଣ୍ଠରେ ଧାରଣ କରି ଥିବାରୁ ତାଙ୍କର ନାମ ହେଲା ନୀଳକଣ୍ଠ କିନ୍ତୁ ସେହି ହଳାହଳ ବିଷକୁ କଣ୍ଠରେ ଧାରଣ କରୁଥିବାରୁ ତାଙ୍କ ଶରୀରରେ ଜ୍ଵାଳା ବଢ଼ି ଯାଇଥିଲା। ସେହି ଜ୍ଵାଳାକୁ ଶାନ୍ତ କରିବା ପାଇଁ ଶିବ ଲିଙ୍ଗରେ ଜଳ ଢାଳିବାର ପରମ୍ପରା ଆରମ୍ଭ ହୋଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ଚାଲି ଆସୁଛି।
ଦର୍ଶକବନ୍ଧୁ ଶିବ ନିରାକାର ପରଂବ୍ରହ୍ମ ହେବା ସହିତ ଶାନ୍ତ, ସମ୍ୟ ଓ ସୁନ୍ଦର ଅଟନ୍ତି। ଏଣୁ ପ୍ରତ୍ୟେକ ଝିଅ ଭଗଵାନ ଶିବଙ୍କ ପରି ଜୀବନ ସାଥୀର କାମନା କରିଥାନ୍ତି ଏବଂ ଯେଉଁ ଝିଅ ଭକ୍ତି ବିଶ୍ୱାସ ଓ ସଂପୂର୍ଣ୍ଣ ଆସ୍ଥାର ସହକାରେ ଶିବଲିଙ୍ଗ ପୂଜା କରିଥାନ୍ତି ସେମାନେ ଶିବଙ୍କ ଅପାର କୃପାରୁ ମନ ବାଞ୍ଛିତ ସ୍ଵାମୀ ପାଇଥାନ୍ତି। ଯାହାକି ଅନ୍ୟ ଦେବଦେବୀଙ୍କ ପୂଜାରେ ଆଶା ରଖନ୍ତି ନାହିଁ। ତେଣୁ ପ୍ରତ୍ୟେକ ଝିଅମାନେ ଶିବ ଲିଙ୍ଗର ପୂଜା କରିଥାନ୍ତି ଏବଂ ଜୀବନରେ ଧନ, ସୁଖ, ଶାନ୍ତି ପାଇବା ସହିତ ସୁନ୍ଦର ସନ୍ତାନ ତଥା ସୁନ୍ଦର ପରିବାରର ପ୍ରାପ୍ତି କରିଥାନ୍ତି। ବନ୍ଧୁଗଣ ଏହିପରି କିଛି କଥା ଆମର ପୁରାଣ ଶାସ୍ତ୍ରରେ ରହିଅଛି।