ଅପରାଧ

ଜମି ବିବାଦରୁ ଗଳା କାଟି ବିଭତ୍ସ ହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶନ୍ଥ କବିର ନଜର ଜିଲ୍ଲା‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓମ ପ୍ରକାଶ ରାଜଭାରଙ୍କ ଦଳ ସୁହେଲଦେବ ଭାରତ ସମାଜ ପାର୍ଟି ର ସ୍ଥାନୀୟ ନେତା ନନ୍ଦିନୀ ରାଜଭାରଙ୍କୁ ଏକ ଜମି ବିବାଦ ନେଇ ଗଳା କାଟି ହତ୍ୟା କରାଯାଇଛି। ରବିବାର ଦିନ ପୀଡିତାଙ୍କ ଘର ଭିତରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ୍‌ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ହତ୍ୟା ମାମଲାରେ ପୁଲିସ ପାଞ୍ଚ ଜଣଙ୍କୁ ଅଭିଯୁକ୍ତ ସାମିଲ୍‌ ଅଛନ୍ତି ବୋଲି ପ୍ରକାଶ କରିଛି। ସେଥିମଧ୍ୟରୁ ତିନିଜଣ ହେଲେ ଆନନ୍ଦ ଯାଦବ, ଧ୍ରୁବ ଚନ୍ଦ୍ର ଯାଦବ ଏବଂ ଜଣେ ମହିଳା। ଏହି ୩ ଜଣଙ୍କୁ ଗିରଫ କରାଯାଇସାରଛି। ସୂଚନାନୁସାରେ ଜଣେ ସ୍ଥାନୀୟ ଜମି ମାଫିଆ ନନ୍ଦିନୀ ରାଜଭାରଙ୍କ ସ୍ବାମୀଙ୍କ କକା ବାଲକ୍ରିଷ୍ଣାଙ୍କ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିଲେ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ନ ଦେଇ ପଞ୍ଜୀକୃତ କରିଥିଲେ। ଏହି କାରଣରୁ ବାଲକ୍ରିଷ୍ଣା ଫେବ୍ରୁଆରି ୨୯ ତାରିଖରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କ ମୃତଦେହ ରେଳବାଇ ଟ୍ରାକରେ ମିଳିଥିଲା। ତିନି ଜଣ ଜମି ମାଫିଆ ଶ୍ରାବଣ ଯାଦବ, ଧ୍ରୁବ ଚନ୍ଦ୍ର ଯାଦବ ଏବଂ ପାନେ ଲାଲ ଯାଦବଙ୍କ ଦ୍ୱାରା ହୋଇଥିବା ଠକେଇ ବିରୋଧରେ ନନ୍ଦିନୀ ରାଜଭାର ଏବଂ ବାଲକ୍ରିଷ୍ଣା ଲବି କରୁଥିଲେ। ପାନେ ଲାଲ ଯାଦବଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା।ତେବେ ନନ୍ଦିନୀଙ୍କୁ ହତ୍ୟା କରାଯିବା ପୂର୍ବରୁ ସେ ବାଲକ୍ରିଷ୍ଣାଙ୍କ ଜମି ଜବତ କରିଥିବା ମାଫିଆଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button