ପ୍ରେମରେ ଧୋକା; ବିବାହ ପୂର୍ବରୁ ଗର୍ଭବତୀ ହେବାରୁ ଝୁଲି ପଡ଼ିଲେ ପ୍ରେମିକା – Ibnodisha

[ad_1]
ନଭି ମୁମ୍ବାଇ : ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇଲେ। ବିବାହ ପାଇଁ କହି ବାରମ୍ବାର ବଳାତ୍କାର କରିବାକୁ ପଛାଇଲେ ନାହିଁ। ମାତ୍ର ନାବାଳିକାଜଣକ ଗର୍ଭବତୀ ହେବାରୁ ଆଉ ଧରାଛୁଆଁ ଦେଲେନି। ଏହାପରେ ଆତ୍ମହତ୍ୟା ପାଇଁ ଉସକାଇବାକୁ ବି ପଛାଇଲେ ନାହିଁ। ନିଜ ପ୍ରେମିକଠୁ ଧୋକା ଖାଇବା ପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ନାବାଳିକାଜଣକ ଶେଷରେ ନିଜ ଘରେ ଝୁଲି ପଡ଼ିଲେ।ଏପରି ଏକ ଘଟଣା ମହାରାଷ୍ଟ୍ରର ନଭି ମୁମ୍ବାଇରେ ଘଟିଛି। ଏହି ଘଟଣାରେ ପୁଲିସ୍ ୨୩ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ୧୭ ବର୍ଷୀୟା ନାବାଳିକା ଝିଅକୁ ଯୁବକଜଣକ ମିଥ୍ୟା ପ୍ରତିଶ୍ରୁତି ଦେଇ ଫୁସଲାଇ ବାରମ୍ବାର ବଳାତ୍କାର କରିଥିଲେ। ଏଥିଯୋଗୁ ଗର୍ଭପତୀ ହେବାରୁ ଝିଅ ଗତ ୨୮ ତାରିଖରେ ଘରେ ନିଜ ଓଢଣୀ ଲଗାଇ ଝୁଲି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରି ଗତ ଶୁକ୍ରବାର ଅଭିଯୁକ୍ତଙ୍କୁ ବାନ୍ଧିଛି।
[ad_2]



