ଅପରାଧ

ମା’ ଚାଲିଗଲା, ଝିଅକୁ ଦୁଷ୍କର୍ମ କଲା ବାପା, ଏବେ ଫାଶୀରେ ଝୁଲିବ ବାପା – Ibnodisha

[ad_1]

ନୂଆଦିଲ୍ଲୀ: ଛିଟ୍ଟ ବାପା ହୋଇ ଝିଅ ସହିତ ଦୁଷ୍କର୍ମ । ବାପା-ଝିଅର ସଂପର୍କର ସବୁ ସୀମା ପାର । ମା’ ମରିଯିବା ପରେ ନିଜ ୧୭ ବର୍ଷୀୟ ଝିଅକୁ ଲଗାତାର ୩ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା । ଏବେ ଅତିରିକ୍ତ ଜିଲ୍ଲା ଏବଂ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ ପୀଡିତାଙ୍କୁ ୭.୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଆଦେଶ ଦେଇଛନ୍ତି । ଏହି ମାମଲା ୨୦୨୦ର ବୋଲି ଜଣାପଡିଛି । ହରିୟାଣା ପଲବଲ ଜିଲ୍ଲାରେ ଘଟିଛି ଏଭଳି ଘଟଣା । ୨୦୨୦ ଅକ୍ଟୋବର ୨ ତାରିଖରେ ହରିୟାଣା ପଲବଲ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ମୁତାବକ, ଜଣେ ବ୍ୟକ୍ତି ନିଜର ୧୭ ବର୍ଷୀୟ ଝିଅ ସହିତ ୩ ବର୍ଷ ଲଗାତାର ଦୁଷ୍କର୍ମ କରିଥିଲେ । ଝିଅ ଗର୍ଭବତୀ ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇ ମାମଲାର ଯାଞ୍ଚ ହେଉଥିଲା । ଏହାପରେ ପୋଲିସ ଦୁଷ୍କର୍ମ ପୀଡିତା ଝିଅଙ୍କ ଗର୍ଭରେ ଥିବା ପିଲାର ଡିଏନଏ ଟେଷ୍ଟ କରାଇବା ଫଳରେ ସତ ସାମ୍ନାକୁ ଆସିଥିଲା ।

ପୀଡିତାଙ୍କ ମା’ ମରିଯିବା ପରେ ବାପା ଝିଅ ସହିତ ଦୁଷ୍କର୍ମ କରୁଥିଲା । ଝିଅ ଏହାକୁ ବାରଣ କରିବାରୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ୩ ବର୍ଷ ଝିଅକୁ ଦୁଷ୍କର୍ମ କରିବା ପରେ ଗର୍ଭବତୀ ହୋଇଥିଲା ଝିଅ । ଏହାପରେ ପୋଲିସରେ ମାମଲା ରୁଜୁ ହୋଇ କେସ୍ ଚାଲିଥିଲା । ଦୀର୍ଘ ୩ ବର୍ଷ କାଳ କେସ୍ ବିଚାରଧୀନ ରହିଥିବା ବେଳେ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ଏବେ କୋର୍ଟଏହି କେସ୍‌ର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇବା ସହିତ ପୀଡିତାଙ୍କୁ ୭.୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତା ଏବେ ଏକ ଏନଜିଓରେ ରହିଛନ୍ତି । ୨୦୨୧ରେ ପୀଡିତା ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁକନ୍ୟାକୁ ଏନଜିଓ ଜରିଆରେ କୌଣସି ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button