ରାଜ୍ୟ

ଲାଞ୍ଚ ନେଉଛି ଇଡି, ଅଧିକାରୀ ଗିରଫ – Ibnodisha

[ad_1]

ଡେସ୍କ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଥିବା ଅଭିଯୋଗ ହେଉଥିବା ବେଳେ ମାମଲା ରଫାଦଫା କରିବା ପାଇଁ ଇଡି ଅଧିକାରୀ ବିଭିନ୍ନ ସମୟରେ ଲାଞ୍ଚ ନେଉଥିବା ସୂଚନା ମିଳିଛି। ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ଇଡି ଅଧିକାରୀ ଅଙ୍କିତ ତିୱାରୀଙ୍କୁ ତାମିଲନାଡୁ ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଆସନ୍ତା ୧୫ ପର୍ଯ୍ୟନ୍ତ ସମ୍ପୃକ୍ତ ଇଡି ଅଧିକାରୀଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅଙ୍କିତ ଅନେକ ସରକାରୀ ଅଧିକାରୀଙ୍କୁ ଧମକଚମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି। ଗତ ଅକ୍ଟୋବର ୩୦ରେ ଅଙ୍କିତ ମଦୁରାଇର ଜଣେ ସରକାରୀ କର୍ମଚାରୀଙ୍କୁ ପଚରାଉଚରା ପାଇଁ ନିଜ କାର୍ଯ୍ୟାଳୟକୁ ଡାକି ୩ କୋଟି ଟଙ୍କା ଲାଞ୍ଚ ମାଗିଥିଲା। ସେହି ସରକାରୀ ଅଧିକାରୀଙ୍କ ବିରୋଧରେ ଏକ ମାମଲା ତଦନ୍ତ ଚାଲିଥିବା ବେଳେ ୩ କୋଟି ଟଙ୍କା ଦେଲେ ମାମଲା ବନ୍ଦ ହେବ ବୋଲି ଅଙ୍କିତ କହିଥିଲା। ତେବେ ଏଥିରେ ସନ୍ଦେହ କରି ସଂପୃକ୍ତ ସରକାରୀ କର୍ମଚାରୀ ଜଣକ ଦୁର୍ନୀତି ନିବାରଣ ଶାଖାରେ ଅଭିଯୋଗ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button