ଦେଶ

ସାରା ବିଶ୍ୱରେ ହମାସ ନେତାଙ୍କୁ ଖୋଜିଖୋଜି ହତ୍ୟା କରିବ ଇସ୍ରାଏଲ – Ibnodisha

[ad_1]

ଟେଲ୍‌ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇମାସ ପୂରିବାକୁ ବସିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶର ଶୀର୍ଷ ଗୁପ୍ତଚର ଏଜେନ୍ସିମାନଙ୍କୁ କେବଳ ଗାଜାଷ୍ଟ୍ରିପ୍‌ରେ ନୁହେଁ ବରଂ ସମଗ୍ର ବିଶ୍ୱରେ ହମାସ ନେତାଙ୍କୁ ଖୋଜି ଖୋଜି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲର ଗୁଇନ୍ଦା ବିଭାଗ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ତୁର୍କୀ, ଲେବାନନ୍ ଏବଂ କତର ହମାସ ନେତାମାନଙ୍କୁ ବର୍ଷ ବର୍ଷ ଧରି ସୁରକ୍ଷା ଯୋଗାଇ ଦେଉଛନ୍ତି। ଗାଜାରେ ସାତ ଦିନିଆ ଯୁଦ୍ଧବିରତି ଆଣିବାରେ କତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଫଳରେ ଗାଜାରୁ ହମାସ ଦ୍ୱାରା ୧୦୦ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା। ତେଣୁ କୂଟନୈତିକ ସଙ୍କଟକୁ ଏଡ଼ାଇବା ପାଇଁ ଇସ୍ରାଏଲ ବେଳେବେଳେ ପାଲେଷ୍ଟାଇନ ସଙ୍ଗଠନକୁ ଟାର୍ଗେଟ କରିବାରୁ ଦୂରେଇ ରହିଛି। ଯଦିଓ ଏଭଳି ଯୋଜନାକୁ ସାଧାରଣତଃ ଗୋପନ ରଖିବା କଥା, କିନ୍ତୁ ନେତାନ୍ୟାହୁ ତାଙ୍କ ବରିଷ୍ଠ ଅଧିକାରୀଙ୍କ ସହ ନଭେମ୍ବର ୨୨ରେ ଏକ ଅଭିଭାଷଣରେ ଏହି ବିଷୟରେ କହିଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ମୋସାଦ (ଇସ୍ରାଏଲର ବୈଦେଶିକ ଗୁଇନ୍ଦା ସେବା)କୁ ହମାସର ମୁଖ୍ୟମାନେ ଯେଉଁଠି ବି ଥାଆନ୍ତୁ ଖୋଜି ଖୋଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ନେତାନ୍ୟାହୁଙ୍କ ସହ ଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ହମାସ ନେତାମାନଙ୍କ ବେଳକାଳ ସରିଆସୁଛି। ଏହି ସଂଘର୍ଷ ବିଶ୍ୱବ୍ୟାପୀ, ଉଭୟ ଗାଜାର ଆତଙ୍କବାଦୀ ଏବଂ ଦାମୀ ବିମାନରେ ଉଡୁଥିବା ଲୋକ ଆମ ଟାର୍ଗେଟରେ ଅଛନ୍ତି ବୋଲି ଗାଲାଣ୍ଟ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଗାଜା ବାହାରେ ହମାସ ନେତାଙ୍କୁ ହତ୍ୟା କରାଯିବ କି ଏବଂ କେଉଁଠି ଓ କେମିତି? ହମାସ୍‌ ନେତାଙ୍କୁ ଖୋଜି ଖୋଜି ହତ୍ୟା କରିବା ପାଇଁ ନେତାନ୍ୟାହୁଙ୍କ ଆଦେଶ ଇସ୍ରାଏଲର ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ମଧ୍ୟରେ ବିତର୍କ ସୃଷ୍ଟି କରିଛି। ମୋସାଦର ପୂର୍ବତନ ନିର୍ଦ୍ଦେଶକ ଏଫ୍ରାଇମ୍ ହାଲେଭି ଏହାକୁ ଭୁଲ୍ ପରାମର୍ଶ ବୋଲି କହିଛନ୍ତି। ସେ କହିଛନ୍ତି ଯେ ହମାସ ନେତାମାନଙ୍କୁ ନିପାତ କରିବା ଦ୍ୱାରା ଇସ୍ରାଏଲ ପ୍ରତି ଥିବା ବିପଦ ଦୂର ହେବ ନାହିଁ ବରଂ ଏହା ସଂଗଠନର ଅନୁଗାମୀମାନଙ୍କୁ ଉତ୍ତେଜିତ କରିବା ସହ ଆହୁରି ଖରାପ ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନା ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button