ଅପରାଧ

ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା; ନବରଙ୍ଗପୁର ଜିଲ୍ଲାପାଳ,ଏସ୍‌ପିଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ୍‌ – Ibnodisha

[ad_1]

କଟକ: ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଜଣେ ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ  ଗଣଦୁଷ୍କର୍ମ କରିବା ମାମଲାରେ ଓଡ଼ିଶା ମାନବିକ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି) ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ଉପରୋକ୍ତ ଅଧିକାରୀମାନେ ସେମାନଙ୍କ ରିପୋର୍ଟ ୪ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସରକାର ପୀଡ଼ିତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଆୟୋଗଙ୍କୁ ଆଦେଶ ପ୍ରଦାନ କରିଛନ୍ତି ।

ମାମଲାର ବିବରଣୀ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୁଣ୍ଡେଇ ଥାନା ଅନ୍ତର୍ଗତ ରାଇଘର ବ୍ଲକର ଏକ ସରକାରୀ ବିଦ୍ୟାଳୟରେ ଚଳିତ ମାସ ୭ତାରିଖରେ ବିଦ୍ୟାଳୟ ପରିସରରେ ଥିବା ପାଇଖାନାରେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଛି । ପୀଡ଼ିତା  ଏବେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମାନବାଧିକାର ସୁରକ୍ଷାକର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସ ଓଏଚ୍‌ଆର୍‌ସିରେ ଏକ ମାମଲା ରୁଜୁ କରିଥିଲେ । ଘଟଣାର ଉପଯୁକ୍ତ ତଦନ୍ତ କରାଇ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ, ପୀଡ଼ିତାଙ୍କୁ ଥଇଥାନ ସହ କ୍ଷତିପୂରଣ ବାବଦରେ ୧୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିବେଦନ କରିଥିଲେ ।

ଓଏଚ୍‌ଆର୍‌ସିରେ ମାମଲାର ଶୁଣାଣି ବେଳେ ଗମ୍ଭୀରତାକୁ ଉପଲବ୍ଧି କରି ଆୟୋଗ ପୀଡ଼ିତାଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ହେଲେ ଉଚ୍ଚତର ଚିକିତ୍ସା ନିମନ୍ତେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଏବଂ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ନିମନ୍ତେ ଡିସେମ୍ବର ୧୪ତାରିଖକୁ ଧାର୍ଯ୍ୟ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button