ଅପରାଧ

ପକ୍ଷୀ ଚୋରାଚାଲାଣ : ଜଣେ ଗିରଫ – Ibnodisha

[ad_1]

ରାଉରକେଲା : ରାଉରକେଲାରେ ସକ୍ରିୟ ଶୁଆ ଚୋରା ଚାଲାଣ ରାକେଟ। ଆଜି ପୁଣି ଲାଠିକଟା ଅଞ୍ଚଳରୁ ୪୦ ଶୁଆ ଶାବକ ଉଦ୍ଧାର ହେବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଏଣେ, ଅନ୍ୟମାନଙ୍କୁ ଖୋଜୁଛି ବନ ବିଭାଗl ପୂର୍ବରୁ ରାଉରକେଲା ନାଲରୋଡରୁ ୮୨ ଶୁଆ ଶାବକ ଉଦ୍ଧାର ହୋଇଥିଲା। ଅଭିଯୁକ୍ତମାନେ ଶୁଆ ଶାବକମାନଙ୍କୁ କୋଲକାତା, ଭୁବନେଶ୍ୱର, କଟକ ଓ ଛତିଶଗଡ଼କୁ ଚାଲାଣ କରୁଥିଲେ l ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଉଭୟଙ୍କୁ ଧରିଥିଲେ। ଘଟଣାସ୍ଥଳରୁ ୧୦ଟି ଜଙ୍ଗଲୀ ଶୁଆ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କ ଭଡ଼ା ଘରୁ ଆହୁରି ୭୨ଟି ଶୁଆ ଉଦ୍ଧାର କରିଥିଲେ ବନ କର୍ମଚାରୀ। ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button