ଅପରାଧ

ଯୁବକଙ୍କୁ ବୀଭତ୍ସ ହତ୍ୟା: ରାସ୍ତାକଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର – Ibnodisha

[ad_1]

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରୁ ଆଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଏକ ମୃତଦେହ ଉଦ୍ଧାର କରିଛି ଖାତିଗୁଡା ପୁଲିସ। ମୃତକ ହେଲେ ଖାତିଗୁଡା ଗ୍ରାମର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇ (୨୭)। ସୂଚନା ଅନୁଯାୟୀ ଖାତିଗୁଡା ଗ୍ରାମର ଟଙ୍କଧର ଦଳେଇ କାଳୀପୂଜା ମଣ୍ଡପରେ ଅନୁଷ୍ଠିତ ନାଟକ ଦେଖିବାକୁ ଯାଇଥିଲେ। ସକାଳୁ ତାଙ୍କ ମୃତଦେହ ଗ୍ରାମ ଉପକଣ୍ଠ କଲୋନି ରାସ୍ତାକଡ଼ରେ ପଡ଼ିଥିବା ଖବର ଅଞ୍ଚଳରେ ଖେଳିଯାଇଥିଲା। ଖବର ପାଇ ଖାତିଗୁଡା ଥାନା ପୁଲିସର ଏକ ଟିମ ଘଟଣାସ୍ଥଳ ରେ ପହଞ୍ଚି ଉକ୍ତ ସ୍ଥାନକୁ ଘେରାବନ୍ଦୀ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।

ମୃତଦେହ ନିକଟରୁ ସାମାନ୍ୟ କିଛି ଦୂରରେ ମୃତକଙ୍କ ଗୋଟିଏ ଜୋତା ପଡ଼ିଥିବା ବେଳେ ଆଉ କିଛି ଦୂରରେ ଅନ୍ୟ ଏକ ଜୋତା ଏବଂ ଜାକେଟ ସହ ଏକ ବ୍ୟାଗ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ପୁତ୍ର କୁ ସଂଘବୋଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତା ପଦ୍ମନ ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ପ୍ରାୟ ରାତ୍ର ୩ ଘଣ୍ଟା ସମୟରୁ ଭୋର ମଧ୍ୟରେ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାସ୍ଥଳରେ ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଏସଡିପିଓ ଆଦିତ୍ୟ ସେନ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ସନ୍ଧାନୀ କୁକରର ସହାୟତା ନିଆଯାଇଥିବା ବେଳେ ସିସି ଟିଭି ଆଧାରରେ ପୁଲିସ ତଦନ୍ତ ଜାରିରଖିଛି। ଖାତିଗୁଡ଼ା ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button