ଅପରାଧ

କନ୍ଧମାଳ: ପୂର୍ବ ଶତ୍ରୁତାରୁ ଗଳା କାଟି ବୃଦ୍ଧଙ୍କ ହତ୍ୟା

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଂଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଡମା ଗାଁ ର ଗୁଡରୀ ସାହିର ମହେଶ୍ୱର ମାଝୀ(୫୦)ଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ସୂଚନା ପାଇ ମହୁଲପଟା ପଦରରୁ ତାଙ୍କ ରକ୍ତ ଜୁଡୁବୁଡୁ ଶବକୁ ଜବତ କରିଛି। ପଞ୍ଚନାମା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ଶବ। ତେବେ ପ୍ରାଥମିକ ଭାବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା କାଣ୍ଡ ଭିଆ ଯାଇଥିବା ପୁଲିସ ସୂଚନା ପାଇଛି। ଏହି ମାମଲାକୁ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ତଦନ୍ତ କରୁଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button