ଯାଜପୁର ଜିଲ୍ଲାରେ ଆଇନ କେତେ ପ୍ରକାର କି ?

ଯାଜପୁର(IBN ଓଡିଶା:ବ୍ୟୁରୋ)ଅନ୍ୟାୟ ର ଚରମ ସୀମାରେ ଏବେ ଆଇନ ?ଆଇନ କାନୁନ ଏବେ ସତରେ ଅନ୍ଧ ହୋଇଛି।ଶାସକ ଦଳର ପକେଟ ରେ ସତେ ଯେମିତି ଆଇନ ବନ୍ଧା ପଡିଛି ?ସାଧାରଣ ଗରିବ ଲୋକଙ୍କୁ ଏଠି ଗିରଫ କରାଯାଏ ।ସାମ୍ବାଦିକ,ସମାଜସେବୀ ଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫ କରି ଗଣତନ୍ତ୍ର ର କଣ୍ଠରୋଧ କରାଯାଏ।ସମ୍ବିଧାନିକ ବ୍ୟବସ୍ଥା ରେ ଯେଉଁଠି ଗଣତନ୍ତ୍ର ର ତଣ୍ଟି ଚିପା ଯାଏ ସେଠି ଗଣତନ୍ତ୍ର ର କେଉଁଠି ରହିଲା ସ୍ଥାନ।ଆଇନ ଏବେ ସମ୍ବିଧାନ ର ଉର୍ଦ୍ଧ୍ବରେ ରହି କାର୍ଯ୍ୟ କରୁଥିବାର ଅନେକ ଉଦାହରଣ ସାମ୍ନା କୁ ଆସିଛି।
ସୂଚନା ଥାଉକି ଗତ କିଛି ଦିନ ତଳେ ସାରୋଇ ମୌଜାରେ ବେଆଇନ୍ ମାଟି ଖନନ କରି ନେଇ ନିଜ ଜମି ପୋତୁଥିବା ଅଭିଯୋଗରେ ଧର୍ମଶାଳା ପୋଲିସ ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ବେଆଇନ୍ ମାଟି ଖନନ କାର୍ଯ୍ୟରେ ନିୟୋଜିତ ଏକ ମେସିନକୁ ବି ଜବତ୍ କରିଥିଲା ! କିନ୍ତୁ ସେହି ମେସିନର ଚାଳକ ଓ ମାଲିକଙ୍କ ବିରୁଦ୍ଧରେ ଧର୍ମଶାଳା ପୋଲିସ ଏଯାଏଁ କାହିଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ତ ? ସେହି ମାମଲାରେ ସମ୍ପୃକ୍ତ ମେସିନ୍ ମାଲିକ ପୁଣି ତହସିଲଦାରଙ୍କୁ ହାତକାଟି ଲେଖି ଦେଇଛନ୍ତି ଯେ ତାଙ୍କ ମେସିନ୍ ଦ୍ବାରା ହିଁ ସାରୋଇ ମୌଜାର ଏକ ସରକାରୀ ଜମିରୁ ବେଆଇନ୍ ଭାବେ ମାଟି ଖନନ କରାଯାଇଥିଲା ଏବଂ ସେହି ସ୍ୱିକାରୋକ୍ତିକୁ ତହସିଲଦାର ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ବି ହସ୍ତାନ୍ତର କରି ଦେଇଥିଲେ । ଏହାପରେ ବି ଯଦି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ତ ଏବେ ସର୍ବେଶ୍ଵର ବେହୁରାଙ୍କଠାରୁ ତାଙ୍କର ଏକ ଏସ୍କାଭେଟର୍ ମେସିନକୁ ଅଚ୍ୟୁତବସନ୍ତ ଗ୍ରାମର ମନୋଜ କୁମାର ରାୟ ନାମକ ଜନୈକ ବ୍ୟକ୍ତି ନୋଟାରୀ ନିକଟରେ ଏକ ଲିଖିତ ଚୁକ୍ତିନାମା କରି ୨୦୨୨ମସିହା ନଭେମ୍ବର ୨ତାରିଖରୁ ଭଡ଼ା ସୂତ୍ରରେ ନେଇ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ବେଆଇନ୍ ମୋରମ ଖନନ କାର୍ଯ୍ୟରେ ନିୟୋଜିତ କରିଥିବା ନେଇ ଦର୍ପଣ ତହସିଲଦାରଙ୍କ ଦ୍ଵାରା ହୋଇଥିବା ଅଭିଯୋଗ ଭିତ୍ତିରେ ଗତକାଲି ଶ୍ରୀ ବେହୁରାଙ୍କ ଘରକୁ ପୋଲିସ ଅଧିକାରୀ ମାନେ କାହିଁକି ଏକ ପାଲଟଣ ଧରି ପହଞ୍ଚିବା ଘଟଣା ଉଦ୍ଦେଶ୍ୟ ପ୍ରଣୋଦିତ ପରି ତ ପୁରା ସ୍ପଷ୍ଟ ବାରି ହୋଇଯାଉଛି । କାରଣ ତହସିଲଦାର ଦେଇଥିବା ଲିଖିତ ଏତଲାରେ ଜବତ୍ ହାଇୱା ଟ୍ରକ୍ ଗୁଡ଼ିକର ଡ୍ରାଇଭରଙ୍କ ସମେତ ଉକ୍ତ ଏସ୍କାଭେଟର୍ ମେସିନର ଚାଳକଙ୍କ ନାମ ରହିଥିବା ବେଳେ ପୋଲିସର ଏତାଦୃଶ କାର୍ଯ୍ୟ କେଉଁ ଦିଗକୁ ତେବେ ଇଙ୍ଗିତ କରୁଛି ?
ଏସ୍କାଭେଟର୍ ମେସିନ୍ କଣ କେବଳ ଲଘୁ ଖଣିଜ ଚୋର ମାନେ କିଣି ନିଜ ଲୁଟ୍ କାମରେ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ କି ?ତେବେ କୌଣସି ବ୍ୟବସାୟୀ ସେହି ମେସିନ୍ କିଣି କଣ କାହାକୁ ଭଡ଼ା ସୂତ୍ରରେ ନ ଲଗାଇବା ପାଇଁ କୌଣସି ଆଇନିଗତ ପ୍ରତିବନ୍ଧକ ରହିଛି କି ? ଯଦି କେହି ଲିଖିତ ଚୁକ୍ତିନାମା କରି ତାହାକୁ ତାଙ୍କଠାରୁ ଭଡ଼ା ସୂତ୍ରରେ ନେଇ ତାହାକୁ ବେଆଇନ୍ କାର୍ଯ୍ୟରେ ଲଗାଇବାର କେବେ ପ୍ରମାଣ ମିଳେ ତେବେ ଭଡ଼ା ନେଇଥିବା ସଂପୃକ୍ତ ବ୍ୟକ୍ତି ଆଇନ୍ ଜାଲରେ ଛନ୍ଦା ହେବ ନା ମେସିନ୍ ମାଲିକ ଛନ୍ଦା ହେବ ? ବାଲିଚନ୍ଦ୍ରପୁର ପୋଲିସ ଆଇନ୍ ଜାଣିନି ନା ଜାଣି ସିଆଣିଆ ସାଜିଛି ?
ତେବେ ପୋଲିସ ଏଠି ନିରପେକ୍ଷ ନହୋଇ ପକ୍ଷ ପାତିତା ହୋଇ କାର୍ଯ୍ୟ କରୁଥିବାର ଚିତ୍ର ଜଳ ଜଳ ହୋଇ ଦିଶୁଛି।ଏ ଦିଗରେ ପୋଲିସ ମହାନିର୍ଦ୍ଦେଶକ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ଜୋର ଧରିଛି।