ବିଧାନସଭା ଘେରିଲେ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ – Ibnodisha

[ad_1]
ଭୁବନେଶ୍ବର: ୨୨୫ ଦିନ ଧରି ନ୍ୟାୟ ପାଇଁ ରାଜରାସ୍ତାରେ ଲଢ଼େଇ କରୁଥିବା ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀ ଆଜି ବିଧାନସଭା ଘେରାଉ କରିଛନ୍ତି। ସମାନ ଗ୍ରେଡ୍ ପେ’ ଆଧାରରେ ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପରିସରଭୁକ୍ତ କରିବା, ୨୦୧୮ ଜିଓରେ ଉପକୃତ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଆଧାରରେ ଦରମା ପ୍ରଦାନ ଓ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ଅଧ୍ୟାପକମାନେ ହକ୍ ପାଇଁ ରାସ୍ତାରେ ଲଢ଼େଇ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।
ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ ମଧ୍ୟ ଗୋଟିଏ ବି ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ୫ଥର ମହାସମାବେଶ କରାଯାଇଛି। ସେତେବେଳେ ରାଜ୍ୟ ସରକାର ଆଲୋଚନାକୁ ଡାକି ସମସ୍ତ ଦାବି ଯୁକ୍ତିଯୁକ୍ତ କହିବା ସହ ଦାବିଗୁଡ଼ିକ ଶୀଘ୍ର ପୂରଣ କରାଯିବର ପ୍ରତିଶ୍ରୁତି ଦେଇ ଚୁପ୍ ବସିଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ସଂଘର ସଦସ୍ୟମାନେ ବିଧାୟକମାନଙ୍କ ବାସଭବନ ଘେରାଉ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ଯଦି ଚଳିତ ବିଧାନସଭା ଅଧିବେଶନ ସମୟରେ ଦାବିଗୁଡ଼ିକ ପୂରଣ କରା ନଯାଏ ତେବେ କଲେଜରେ ପାଠପଢ଼ା ବନ୍ଦ କରି ଦିଆଯିବ ବୋଲି ସଂଘ ସମ୍ପାଦକ ଶତାପ୍ଉଦ୍ଦିନ୍ ଅହମ୍ମଦ, ଗଗନ ବେଉରା ପ୍ରମୁଖ ଚେତାବନୀ ଦେଇଛନ୍ତି।
[ad_2]




