ଧାରଣାରତ ସରପଞ୍ଚ, ସମିତି ସଭ୍ୟଙ୍କୁ ଭେଟିଲେ ବିଜେପି ନେତା: ସମସ୍ତ ଦାବି ବିଧାନସଭାରେ ଉଠାଯିବ – Ibnodisha

[ad_1]
ଭୁବନେଶ୍ୱର: ଧାରଣାରତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ। ଆଜି ପୂର୍ବାହ୍ନରେ ବିରୋଧୀ ଦଳର କିଛି ବିଧାୟକଙ୍କ ସହ ବିଜେପି ନେତାମାନେ ଲୋୟର ପିଏମଜିର ଧାରଣାସ୍ଥଳକୁ ଯାଇ ଆନ୍ଦୋଳନକାରୀ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ସେମାନଙ୍କ ଦାବି ବାବଦରେ ଆଲୋଚନା କରିଥିଲେ। ସେମାନଙ୍କର ସମସ୍ତ ଦାବିକୁ ବିଧାନସଭାରେ ଉଠାଯିବ ବୋଲି ବିରୋଧୀ ବିଧାୟକମାନେ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ପକ୍ଷରୁ କୁହାଯାଇଛି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚ ହୁଅନ୍ତୁ ବା ସମିତି ସଭ୍ୟ ହୁଅନ୍ତୁ ଏମାନେ ହିଁ ବାସ୍ତବରେ ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିନିଧି। ତୃଣମୂଳସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା, ଲୋକଙ୍କ ସୁବିଧା ଅସୁବିଧା ସମାଧାନ କରିବାରେ ସେମାନଙ୍କର ଭୂମିକା ସର୍ବାଧିକ। କିନ୍ତୁ ଓଡ଼ିଶାରେ ଯେଉଁଭଳି ଭାବେ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାର ନୀତି ନିୟମକୁ ଜଳାଞ୍ଜଳି ଦେଇ, ସେମାନଙ୍କୁ ଦିଆଯାଇଥିବା ସମ୍ବିଧାନ ପ୍ରଦତ୍ତ କ୍ଷମତାକୁ ସଙ୍କୁଚିତ କରୁଛନ୍ତି ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ନବଚରଣ ମାଝୀ, କୁସୁମ ଟେଟେ, ସୂର୍ଯ୍ୟବଂଶୀ ସୂରଜ, ନାଉରୀ ନାୟକ, ସନାତନ ବିଜୁଳି, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ଖୁଣ୍ଟିଆ, ସୁରଥ ବିଶ୍ୱାଳ, ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]




