ରାଜ୍ୟ

ବେକାରୀ ହ୍ରାସରେ ଓଡ଼ିଶା ଆଗୁଆ – Ibnodisha

[ad_1]

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଶ୍ରମଶକ୍ତି ସର୍ଭେ ପିଏଲ୍‌ଏଫ୍‌ଏସ୍ ଅନୁସାରେ ଚଳିତ ଏପ୍ରିଲ୍‌-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ୬.୭%କୁ ହ୍ରାସ ପାଇଛି । ସେହିପରି ଶ୍ରମଶକ୍ତିରେ ଯୋଗଦାନ ହାର ବର୍ଷକ ମଧ୍ୟରେ ୫୭.୨ରୁ ୭୧.୨%କୁ ବୃଦ୍ଧିପାଇଛି । ଏକ୍ଷେତ୍ରରେ ବଡ଼ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା । ରୂପାନ୍ତରଣ ପଥରେ ଅଗ୍ରସର ହେଉଥିବା ରାଜ୍ୟ ଆର୍ôଥକ ପରିଚାଳନାରେ ସଶକ୍ତ ହେବା ସହ ମୁଣ୍ଡପିଛା ଋଣ କମିବାରେ ଲାଗିଛି । ରାଜ୍ୟରେ ବେକାରୀ ଦ୍ରୁତଗତିରେ ହ୍ରାସ ପାଇଛି । ୨୦୨୩ ଏପ୍ରିଲ୍‌-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି । ଗତବର୍ଷ ଏହି ସମୟରେ ଏହା ୧୧.୫ ପ୍ରତିଶତ ଥିଲା । ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ବର୍ଷକ ମଧ୍ୟରେ ୧୭.୬ ପ୍ରତିଶତରୁ ୮.୫ ପ୍ରତିଶତକୁ ହ୍ରାସ ପାଇଛି । ପୁରୁଷଙ୍କ କ୍ଷେତ୍ରରେ ଏହା ୧୦ ପ୍ରତିଶତରୁ ୬.୨ ପ୍ରତିଶତକୁ ହ୍ରାସପାଇଛି । ଶ୍ରମଶକ୍ତିରେ ଯୋଗଦାନ ହାର ୧୫ରୁ ୨୯ ବର୍ଷ ବୟସ ବର୍ଗର ପୁରୁଷଙ୍କ କ୍ଷେତ୍ରରେ ୨୦୨୨ ଏପ୍ରିଲ୍‌-ଜୁନରୁ ୨୦୨୩ ଏପ୍ରିଲ୍‌-ଜୁନ୍ ମଧ୍ୟରେ ୫୭.୨ ପ୍ରତିଶତରୁ ୭୧.୨ ପ୍ରତିଶତକୁ ବୃଦ୍ଧିପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଆର୍ôଥକ ପରିଚାଳନାରେ ପୂରା ଦେଶକୁ ବାଟ ଦେଖାଇଥିବା ବେଳେ ଏବେ ବେକାରୀ ହ୍ରାସରେ ନୂଆ ରେକର୍ଡ କରିଛି । ଶିଳ୍ପାୟନରେ ନୂଆ ଅଧ୍ୟାୟ ଆରମ୍ଭ ହେବା ସହ ବିଦେଶୀ ପୁଞ୍ଜିନିବେଶରେ ଦେଶରେ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା । ଓଡ଼ିଶା ଆଇଟି ହବ୍‌ରେ ପରିଣତ ହେଉଛି । ବିଭିନ୍ନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଥିବାରୁ ଅଧିକ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହେଉଛନ୍ତି । ବେକାରୀ ସମସ୍ୟା ସାରା ଦେଶ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଓଡ଼ିଶାରେ ଏହା ଦ୍ରୁତଗତିରେ କମି ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଆଗକୁ ଦକ୍ଷତା ବିକାଶ ଦ୍ୱାରା ହଜାର ହଜାର ଯୁବକ ଯୁବତୀ ରୋଜଗାର ପାଇବା ନିଶ୍ଚିତ ବୋଲି ସରକାର ଆଶା ବାନ୍ଧିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button