ରାଜ୍ୟ

ସ୍ବଭାବ କବିଙ୍କ ଜୟନ୍ତୀରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ସ୍ମୁତିଚାରଣ – Ibnodisha

[ad_1]

ଭୁବନେଶ୍ବର: ଗଙ୍ଗାଧର ମେହେର ସ୍ମୃତି କମିଟି, ଉତ୍କଳ ସମ୍ମିଳନୀ, ଗଙ୍ଗାଧର ମେହେର ପ୍ରତିଷ୍ଠାନ, ଭୁବନେଶ୍ୱର ଭୁଲିଆ ସମାଜ ଓ ଇଣ୍ଟରନ୍ୟାସନାଲ୍ ଥିଏଟର ପକ୍ଷରୁ ମିଳିତ ଭାବେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଅତିଥିମାନେ ରାଜଧାନୀ ଭୁବନେଶ୍ବରର କଳିଙ୍ଗ ହସ୍‌ପିଟାଲ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ସ୍ମୃତିଚାରଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଫୁଲ ସାମଲ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ମୃତି  କମିଟିର ଉପଦେଷ୍ଟା ନରେନ୍ଦ୍ର କୁମାର ମିଶ୍ର, ଶେଷଦେବ ମେହେର, ଅଧ୍ୟକ୍ଷ ସଂଜୀବ ଚନ୍ଦ୍ର ହୋତା, ଆବାହକ ମିହିର ମେହେର, କମିଟିର ସମ୍ପାଦକ ତଥା ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଓ କର୍ପୋରେଟର ଅଚ୍ୟୁତ ସ୍ୱାଇଁ ଉପସ୍ଥିତ ଥିଲେ।
ସେହିପରି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଉପାଧକ୍ଷ ନରସିଂହ ମେହେର, ଶୁକଦେବ ମେହେର, ବରିଷ୍ଠ ଅଧିବକ୍ତା ମଧୁମାଧବ ଜେନା, ଉତ୍କଳ ସମ୍ମିଳନୀର ଉପଦେଷ୍ଟା ଅନନ୍ତ ପ୍ରସାଦ ଜେନା, ଉପସଭାପତି ଡ. ସୁରେନ୍ଦ୍ର ମିଶ୍ର, ଶାଖା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ-ସମ୍ପାଦକ ଶିଦ୍ଧାର୍ଥ ଶଙ୍କର ଗଡ଼ନାୟକ ପ୍ରମୁଖ ବରପୁତ୍ରଙ୍କ ଗୁଣାବଳି ବର୍ଣ୍ଣନା କରିଥିବା ବେଳେ କୁମରମଣି ମେହେର, ମଣିକର ମେହେର, ଉଦିତ ଦେହୁରୀ, ଅଶୋକ ମେହେର, ସନତ ମେହେର, ଧନୁର୍ଜୟ ମାହାର, ଗୀତା ମେହେର, ମାନସ ପରିଡ଼ା, ଶକ୍ତିମାନ ମେହେର, ସୁଶୀଲ ବାଗ, ସଂଜୀବ ମେହେର, ସମୀର ମେହେର, ଶୁଭକାନ୍ତ ପାଢି, ସୁଶାନ୍ତ ପ୍ରଧାନ, ଶିବଲାଲ ମେହେର, ସୁରେଶ ମହାପାତ୍ର, ରାଜେଶ୍ୱରୀ ମେହେର, କଲ୍ୟାଣୀ ମେହେର, ସୌଦାମିନୀ ମେହେର, ଚିନ୍ମୟୀ ମେହେର, ଉର୍ବଶୀ ମେହେର, ଗିତାଞ୍ଜଳି ମେହେର, ପୁନମ ମେହେର ଓ ସବିତା ଦଳାଇ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଁ ଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button