ରାଜ୍ୟ

ସୋମବାର ଠାରୁ ଖୁଚୁରାରେ କିଲୋ ପ୍ରତି ୨୫ଟଙ୍କା ମୂଲ୍ୟରେ ପିଆଜ ବିକିବେ କେନ୍ଦ୍ର ସରକାର – Ibnodisha

[ad_1]

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍) ପରିମାଣ ୩ଲକ୍ଷ ମେଟ୍ରିକ ଟନରୁ ୫ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭିକ ଭାବେ ସରକାର ତିନି ଲକ୍ଷ ଟନ୍ ପିଆଜ ବଫର ଷ୍ଟକ ଭାବେ ମହଜୁଦ କରି ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପରେ ଏହାକୁ ହଠାତ୍ ପାଞ୍ଚଲକ୍ଷ ମେଟ୍ରିକ ଟନ୍‌କୁ ଢାଇ ଦିଆଯାଇଛି। ବଫର ଷ୍ଟକର ଅର୍ଥ ହେଲା, କୌଣସି ଏକ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ପାଇଁ ତାହାକୁ ଆବଶ୍ୟକ ପରିମାଣରେ ମହଜୁଦ୍ କରି ରଖିବା ଏବଂ ମୂଲ୍ୟ ଓ ଚାହିଦା ବୃଦ୍ଧି ସମୟରେ ତାହାକୁ ବଜାରକୁ ଛାଡି ତାହାର ମୂଲ୍ୟକୁ ସ୍ଥିର ରଖିବା।

ଏବେ ସରକାର ପିଆଜର ବଫର ଷ୍ଟକ୍ ପରିମାଣ ବୃଦ୍ଧି କରିଥିବାରୁ ଅତିରିକ୍ତ ଦୁଇଲକ୍ଷ ଟନ୍ ପିଆଜ କିଣିବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଏନ୍ସିସିଏଫ ଓ ନାଫେଡକୁ ନିର୍ଦ୍ଦେଶ ଦେଇଛି। ଏହି ଦୁଇ ସଂସ୍ଥା ଏକ ଲକ୍ଷ ଟନ୍ ଲେଖାଏଁ ପିଆଜ ସଂଗ୍ରହ କରି ତାହାକୁ ମହଜୁଦ୍ ରଖିବେ। ଏହା ଛଡା ପିଆଜର ମୂଲ୍ୟକୁ ସ୍ଥିର ରଖିବା ପାଇଁ ମହଜୁଦ୍ ଥିବା ପିଆଜକୁ ଦେଶର ପ୍ରମୁଖ ଖାଉଟି ବଜାରକୁ ସରକାର ଛାଡିବେ।

ତଦନୁସାରେ ସରକାରଙ୍କ ପାଖରେ ଯେଉଁ ପିଆଜ ମହଜୁଦ ଥିଲା ତାହାକୁ ବଜାରକୁ ଛଡାଗଲାଣି। ଏବେ ଦେଶର ବିଭିନ୍ନ ଅଞ୍ଚଳରେ ପିଆଜର ମୂଲ୍ୟ ସ୍ୱାଭାବିକ ଠାରୁ ଉପରେ ରହିଛି। ତେଣୁ ମୂଲ୍ୟ ସ୍ଥିର ରଖିବାକୁ ମହଜୁଦ ପିଆଜ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯାଉଛି। ଆଜି ତାରିଖ ସୁଦ୍ଧା ବଫର ଷ୍ଟକ୍ରୁ ସରକାର ପ୍ରାୟ ୧୪୦୦ ମେଟ୍ରିକ ଟନ୍ ପିଆଜ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇ ସାରିଛନ୍ତି। ଏହି ଯୋଗାଣ ବ୍ୟବସ୍ଥା ପିଆଜ ବଜାରକୁ ସ୍ଥିର ରଖିବା ପର୍ଯ୍ୟନ୍ତ ଅବ୍ୟାହତ ରହିବ।

ବଫର ଷ୍ଟକରେ ଥିବା ପିଆଜକୁ ବିଭିନ୍ନ ପ୍ରମୁଖ ବଜାରକୁ ସରକାର ପଠାଇବା ସହିତ ଖୁଚୁରା କ୍ରେତାଙ୍କୁ ରିହାତି ମୂଲ୍ୟରେ କିଲୋପିଛା ୨୫ଟଙ୍କା ଦାମରେ ମଧ୍ୟ ବିକିବେ। ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ ଏନ୍ସିସିଏଫ ବିଭିନ୍ନ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ କିଲୋପ୍ରତି ୨୫ଟଙ୍କାରେ ବିକିବା କାମ ଆରମ୍ଭ କରିବେ । ମୋବାଇଲ ଭ୍ୟାନରେ ମଧ୍ୟ ବିଭିନ୍ନ ବଜାରରେଏହି ପିଆଜ ୨୫ଟଙ୍କା ମୂଲ୍ୟରେ ଖାଉଟିଙ୍କ ପାଇଁ ଉପଲବ୍ଧ ହେବ। ଆଗାମୀ ଦିନରେ ଅନ୍ୟାନ୍ୟ ସଂସ୍ଥା ଓ ଇ-କମର୍ସ ମାଧ୍ୟମରେ ଖାଉଟିକୁ ମଧ୍ୟ ଶସ୍ତାରେ ପିଆଜ ଯୋଗାଇ ଦେବାକୁ ସରକାର କ୍ରମଶଃ ପ୍ରକ୍ରିୟା ଆରମ୍ଭ କରିବେ।

ସରକାର ପିଆଜର ବଫର ଷ୍ଟକ୍ ପରିମାଣ ବୃଦ୍ଧି କରିଥିବାରୁ ଏହାର ଲାଭ ଉଭୟ ଚାଷୀ ଓ ଖାଉଟି ପାଇବେ। ଯେଉଁ ବ୍ୟବସାୟୀମାନେ ପିଆଜ ରପ୍ତାନି କରୁଛନ୍ତି ସେମାନଙ୍କୁ ବହୁ ଅଧିକ ରପ୍ତାନି ଟିକସ ଏବେ ଦେବାକୁ ପଡିବ। ସରକାର ପିଆଜ ରପ୍ତାନି ଉପରେ ମଧ୍ୟ ପରୋକ୍ଷ କଟକଣା ଜାରି କରିଛନ୍ତି। ଏହା ଫଳରେ ପିଆଜ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାରଙ୍କୁ ନିଜର ଉତ୍ପାଦ ବିକିବେ। ଖାଉଟିମାନେ ମଧ୍ୟ ବଫର ପିଆଜକୁ ରିହାତି ମୂଲ୍ୟରେ ପାଇ ଲାଭବାନ ହେବେ। ପିଆଜ ମୂଲ୍ୟକୁ ସ୍ଥିର ରଖିବା ପାଇଁ ସରକାର ନିଜ ପାଖରେ ମହଜୁଦ ପିଆଜକୁ ନିରନ୍ତର ଶସ୍ତାରେ ଖାଉଟିଙ୍କୁ ଯୋଗାଇବା କାମ ଜାରି ରଖିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button