ରାଜ୍ୟ

ଦକ୍ଷିଣ ଉପକୂଳ ସମେତ ୩ ଜିଲାକୁ ବର୍ଷା – Ibnodisha

[ad_1]

ଭୁବନେଶ୍ବର : ପୂର୍ବାଳୀ ବାୟୁ ପ୍ରଭାବରେ ରବିବାର ରାଜ୍ୟରେ କେତେକ ଅଞ୍ଚଳରେ ବର୍ଷା ହୋଇଛି । ଆସନ୍ତା ୮ତାରିଖ ସକାଳ ଯାଏଁ ରାଜ୍ୟରେ ବର୍ଷା ପ୍ରଭାବ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ଦୁଇ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାପରେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ଲେଖାଏଁ ହ୍ରାସ ପାଇବ। ଫଳରେ ଶୀତ ଅନୁଭୂତ ହେବ।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ୫ରୁ ୬ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବାକି ଜିଲାରେ ପାଗ ଶୁଖିଲା ରହିବ। ୬ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶା, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ଅନ୍ୟ ଜିଲାଗୁଡ଼ିକରେ ପାଗ ଶୁଖିଲା ରହିବ। ୭ରୁ ୮ ତାରିଖ ମଧ୍ୟରେ ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ ପାଗ ଶୁଖିଲା ରହିବ। ଏହି ଚାରିଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ଗତ ୨୪ ଘଣ୍ଟା ମଧ୍ୟରେ କୋରୁକୁଣ୍ଡା(ମାଲକାନଗିରି)ରେ ସର୍ବାଧିକ ୬୦ ମି.ମି. ବର୍ଷା ହୋଇଛି। କୋରାପୁଟରେ ୫୩ ମି.ମି., ରେଢ଼ାଖୋଲରେ ୩୯ ମି.ମି., କୋଟଗଡ଼(କନ୍ଧମାଳ) ୩୮ ମି.ମି. ଯାଜପୁର ୩୫.୫ ମି.ମି., ଭାପୁର (ନୟାଗଡ଼) ୩୪ ମି.ମି., ତାଳଚେର ଓ ରାଜଗାଙ୍ଗପୁରରେ ୩୦ ମି.ମି. ଲେଖାଏଁ ବର୍ଷା ହୋଇଛି। ସେହିପରି କୋରାପୁଟରେ ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଦାରିଙ୍ଗବାଡ଼ିରେ ୧୬.୫, ସେମିଳିଗୁଡ଼ାରେ ୧୭.୧, ବୌଦ୍ଧ ଓ ଫୁଲବାଣୀରେ ୧୮.୫ ଡିଗ୍ରୀ ଲେଖାଏଁ, କେନ୍ଦୁଝରଗଡ଼ରେ ୧୮.୮, ସୁନ୍ଦରଗଡ଼ରେ ୧୯ ଡିଗ୍ରୀ ରେକର୍ଡ଼ କରାଯାଇଛି। ଭୁବନେଶ୍ବରରେ ୨୩ ଡିଗ୍ରୀ ଏବଂ କଟକରେ ୨୨.୫ ଡିଗ୍ରୀ ରାତି ତାପମାତ୍ରା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button