ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ – Ibnodisha
[ad_1]
ଗଞ୍ଜାମ: ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ଯୁବକ ନିଖୋଜ । ନିଖୋଜ ଯୁବକଜଣକ ହେଲେ ନୟାଗଡ଼ର ଓମକାର (୨୮) । ଗାଧୋଉଥିବାବେଳେ ସମୁଦ୍ରର ଗଭୀର ପାଣିରେ ନିଖୋଜ ହୋଇଯାଇଛନ୍ତି ଯୁବକ । ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଗୋପାଳପୁର ସମୁଦ୍ରରେ ୮ ଜଣ ସାଙ୍ଗ ଏକାଠି ସ୍ନାନ କରୁଥିବାବେଳେ ଏପରି ଅଘଟଣ ଘଟିଛି ।
ସମୁଦ୍ରର ଅଣ୍ଡର୍ କରେଣ୍ଟ (ତଳସ୍ତରର ପ୍ରଖର ସୁଅ)ରେ ଓମକାର ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ କନିଶି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲାଇଫ୍ ଗାର୍ଡ ବହୁ ଖୋଜାଖୋଜି କରୁଥିଲେ ମଧ୍ୟ ଓମକାରଙ୍କ କୌଣସି ସନ୍ଧାନ ମିଳିପାରିନି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ହିଞ୍ଜିଳିକାଟୁର ଜଣେ ସ୍କୁଲ ଛାତ୍ର ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଇଥିଲେ । ତିନି ଦିନ ପରେ ତାଙ୍କ ମୃତଦେହ ଗୋପାଳପୁର ଠାରୁ କିଛି ଦୂରରେ ମିଳିଥିଲା । ଅପରପକ୍ଷରେ ଗତ ମାସକ ମଧ୍ୟରେ ପ୍ରାୟ ଏକ ଡଜନରୁ ଅଧିକ ପର୍ଯ୍ୟଟକ, ସ୍ଥାନୀୟ ଯୁବକଙ୍କୁ ସମୁଦ୍ରରେ ଗାଧୋଉଥିବା ତଥା ଭାସି ଯାଉଥିବା ବେଳେ ଲାଇଫ୍ ଗାର୍ଡମାନେ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛନ୍ତି ।
[ad_2]