ରାଜ୍ୟ

କର୍ମଚାରୀଙ୍କୁ କାର୍‌ ଉପହାର ଦେଲା ଔଷଧ କମ୍ପାନି

ଣ୍ଡୀଗଡ଼: ହରିୟାଣା ପଞ୍ଚକୁଲାସ୍ଥିତ ଏକ ଔଷଧ କମ୍ପାନି ଚଳିତବର୍ଷର ଦୀପାବଳି ଉପଲକ୍ଷେ ଏହାର କର୍ମଚାରୀଙ୍କୁ କାର୍ ଉପହାର ଦେଇଛି। ଉତ୍ତମ କାର୍ଯ୍ୟ ସଂପାଦନ କରିଥିବା ୧୫ କର୍ମଚାରୀଙ୍କୁ କମ୍ପାନି ଟାଟା ପଞ୍ଚ୍ ଏବଂ ଗ୍ରାଣ୍ଡ୍ ଭିଟାରା କାର୍ ପ୍ରଦାନ କରିଛି। ଗତବର୍ଷ ମଧ୍ୟ ଏହି କମ୍ପାନି ୧୨ ଜଣ କର୍ମଚାରୀଙ୍କୁ କାର୍ ପ୍ରଦାନ କରିଥିଲା।

ପଞ୍ଚକୁଲାସ୍ଥିତ ମିଟ୍ସ ହେଲଥ୍କେୟାର ପ୍ରାଇଭେଟ ଲିମିଟେଡ ନାମକ ଉକ୍ତ ଔଷଧ କମ୍ପାନି ମାଲିକ ଏମ୍କେ ଭାଟିଆ କହିଛନ୍ତି ଯେ ବର୍ଷ ସାରା କଠିନ ପରିଶ୍ରମ କରିଥିବା କର୍ମଚାରୀମାନଙ୍କୁ କାର୍ ପାଇଁ ଚୟନ କରାଯାଇଛି। ୧୫ କର୍ମଚାରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ଟାଟା ପଞ୍ଚ୍ ଏବଂ୨ ଜଣ ବରିଷ୍ଠ କର୍ମଚାରୀଙ୍କୁ ମାରୁତି ସୁଜୁକି ଗ୍ରାଣ୍ଡ୍ ଭିଟାରା ଦିଆଯାଇଛି।

କମ୍ପାନିର ସଫଳତା ପାଇଁ କର୍ମଚାରୀଙ୍କ ସମର୍ପଣ ଓ ଯୋଗଦାନ ମହତ୍ତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଯେଉଁ କର୍ମଚାରୀମାନେ କାର୍ ପାଇଛନ୍ତି ସେମାନେ ଖୁସିରେ ଆତ୍ମହରା ହୋଇଛନ୍ତି। ୧୫ ଜଣଙ୍କ ମଧ୍ୟରୁ ଆଜି ୮ଜଣଙ୍କୁ କାର୍ ହସ୍ତାନ୍ତର କରାଯାଇଥିବାବେଳେ ଅନ୍ୟ ୭ ଜଣଙ୍କୁ ଦୀପାବଳି ପୂର୍ବରୁ କାର୍ ଦିଆଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button