ରାଜ୍ୟ

ଟ୍ରାକ୍‌କୁ ଫେରିବେ ବୁଦ୍ଧିଆ ସିଂହ

ଭୁବନେଶ୍ବର: ମାତ୍ର ୪ ବର୍ଷ ବୟସରେ ପୁରୀରୁ ଭୁବନେଶ୍ବର ଦୌଡ଼ି ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ବିସ୍ମୟ ଧାବକ ବୁଦ୍ଧିଆ ସିଂହ ଏବେ ପୁଣି ଥରେ ଟ୍ରାକ୍କୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା ଛାଡ଼ି ପ୍ରଥମେ ଦିଲ୍ଲୀ ଓ ବର୍ତ୍ତମାନ ରାଜସ୍ଥାନର ହନୁମାନଗଡ଼ରେ ରହି ମାରାଥନ୍ ଅଭ୍ୟାସ କରୁଛନ୍ତି। ଆଗକୁ ୧୦ କିଲୋମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନ କରିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।

ଏକ ପଡ୍କାଷ୍ଟ୍ରେ ବୁଦ୍ଧିଆ ଏହି ସୂଚନା ଦେଇଥିଲା ବେଳେ ପୁଣି ଥରେ ସେ ନୂଆ ନୂଆ କୀର୍ତ୍ତିମାନ କରି ସମସ୍ତଙ୍କୁ ଚକିତ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପିଲାଦିନର କଥା ଏବେ ସେତେଟା ମନେ ପଡ଼ୁନାହିଁ ବୋଲି ସେ ସ୍ବୀକାର କରିଛନ୍ତି। କିନ୍ତୁ ଭୁବନେଶ୍ବର-ପୁରୀ ଦୌଡ଼ର କିଛି କଥା ଓ କୋଚ୍ ବିରଞ୍ଚି ଦାସଙ୍କ ସହିତ ବିତିଥିବା କିଛି ମୁହୂର୍ତ୍ତକୁ ମନେ ପକାଇପାରୁଛନ୍ତି।

କ୍ରୀଡ଼ା ଛାତ୍ରାବାସରେ ରହୁଥିବା ବେଳେ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲେ ସେ ଏତେବେଳକୁ ଆହୁରି ଉନ୍ନତ ପ୍ରଦର୍ଶନ ଦେଇପାରିଥାନ୍ତେ। ହେଲେ ସେତେବେଳେ ତାଙ୍କୁ ଅବହେଳା କରାଯାଇଥିଲା। ପାଠପଢ଼ା ଶେଷ ପରେ ଦିଲ୍ଲୀ ଜେଏନ୍ୟୁରେ ଅଭ୍ୟାସ କରିବା ବେଳେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ସୁନିତା ଗୋଦରାଙ୍କ ପାଖରେ ପ୍ରଶିକ୍ଷଣ ନେବା ପରେ ଭଲ ପ୍ରଶିକ୍ଷକ ଖୋଜିବାକୁ ଦୁଇ ବର୍ଷ ସମୟ ଲାଗିଯାଇଥିଲା। ଏବେ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ପ୍ରଶିକ୍ଷକ ଆର୍ଡି ସିଂହଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି। ଦିନକୁ ପାଖାପାଖି ୬ ଘଣ୍ଟା ପରିଶ୍ରମ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବୁଦ୍ଧିଆଙ୍କୁ ପିଲାଦିନେ ୮୦୦ ଟଙ୍କାରେ ବିକ୍ରି କରିବାକୁ ପ୍ରୟାସ କରାଯିବା ବିଷୟ ଉପରୁ ପରଦା ଉଠାଇଛନ୍ତି। ଏହା ସତ ନୁହେଁ, ବରଂ ଗଣମାଧ୍ୟମ ଆଗରେ ତାଙ୍କୁ ଏପରି କହିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ମା’ ମୋତେ ସ୍ପଷ୍ଟ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button