ରାଜ୍ୟ

ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା: ସହରସାରା ଉଦ୍ଦୀପନା – Ibnodisha

[ad_1]

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବ ପୂର୍ବରୁ ‘ସମ୍ବାଦ ଓ ଆମ ଓଡ଼ିଶା’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତାକୁ ନେଇ ଆଜି ରାଜଧାନୀରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପୁରୁଣା ଭୁବନେଶ୍ବର, କେନ୍ଦ୍ରୀୟ ଭୁବନେଶ୍ବର, ରସୁଲଗଡ଼, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରି ଆଦି ଅଞ୍ଚଳରୁ ହଜାର ହଜାର ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନଙ୍କ ଭିତରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ଅଭିଭାବକମାନଙ୍କ ଭିତରେ ସେତିକି ଉଦ୍ଦୀପନା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଅଭିଭାବକମାନେ ପିଲାଙ୍କୁ ଧରି ସକାଳ ୯ଟା ପୂର୍ବରୁ ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିସାରିଥିଲେ। ବହୁ ଛାତ୍ରଛାତ୍ରୀ ନିଜ ଅଭିଭାବକମାନଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିବା ବେଳେ ଅନେକ ସ୍କୁଲ୍‌ ଶିକ୍ଷକ ନିଜ ତତ୍ତ୍ବାବଧାନରେ ପିଲାଙ୍କୁ ନେଇ ଆସିଥିଲେ। ସବୁ କେନ୍ଦ୍ରରେ ପ୍ରତିଯୋଗୀମାନେ ବେଶ୍ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଆଜି ରାଜଧାନୀରେ ପ୍ରାୟ ୧୧ ହଜାର ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ସରିବା ପରେ ପରେ ସେହି କେନ୍ଦ୍ରରେ ଅଭିଜ୍ଞ ବିଚାରକମାନଙ୍କ ଦ୍ବାରା ଖାତାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। ପ୍ରତି ପ୍ରତିଯୋଗିତା ପାଇଁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଏମିତି ତିନି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ମୋନିକା ନୈୟର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ରରୁ ପୁରସ୍କୃତ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କର ଖାତା ପୁଣି ରାଜ୍ୟସ୍ତର ପାଇଁ ମୂଲ୍ୟାୟନ ହେବ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ‘ସମ୍ବାଦ’ର ବାର୍ଷିକ ସମାରୋହରେ ପୁରସ୍କୃତ କରାଯିବ। ଏନେଇ ‘ସମ୍ବାଦ’ରେ ସୂଚନା ଦିଆଯିବା ସହ ଟେଲିଫୋନ୍‌ ଜରିଆରେ କୃତୀ ପ୍ରତିଯୋଗୀଙ୍କୁ ଅବଗତ କରାଯିବ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆ
ଚିତ୍ରାଙ୍କନରେ ଏସ୍‌ଏସ୍‌ଭିଏମ୍‌ ନୀଳାଦ୍ରିବିହାରର ୫ମ ଶ୍ରେଣୀର ଶ୍ରୀହାନ୍‌ ମହଲା ପ୍ରଥମ, ଏସ୍‌ଏସ୍‌ଭିଏମ୍‌ ପଟିଆର ୩ୟ ଶ୍ରେଣୀର ସାଇ ଶଙ୍କର ଦାସ ଦ୍ବିତୀୟ ଓ ୫ମ ଶ୍ରେଣୀର ସିଦ୍ଧିବିନାୟକ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷରରେ ଏସ୍‌ଏସ୍‌ଭିଏମ୍‌ ପଟିଆର ୮ମ ଶ୍ରେଣୀର ଶୁଭଶ୍ରୀ ବାରିକ, ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର, ପଟିଆର ୭ମ ଶ୍ରେଣୀର ବିଶାଲ୍‌ କୁମାର ବେହେରା ଓ ୭ମ ଶ୍ରେଣୀର ଋତିକା ଦାଶ ଯଥାକ୍ରମେ ପ୍ରଥମରୁ ତୃତୀୟ ହୋଇଛନ୍ତି। ଭାଷାଜ୍ଞାନରେ ଏସ୍‌ଏସ୍‌ଭିଏମ୍‌ ପଟିଆର ୯ମ ଶ୍ରେଣୀର ୩ଜଣ ଛାତ୍ରୀ ସାଇସ୍ନିଗ୍ଧା ପ୍ରଧାନ ପ୍ରଥମ, ପାୟଲ ପ୍ରଧାନ ଦ୍ବିତୀୟ ଓ ଏଷ୍ଟିନା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ହାତେଇଛନ୍ତି। ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା‌ର ବିଚାରକ ଭାବେ ରବୀନ୍ଦ୍ର ମହାରଣା, ନରୋତ୍ତମ ଦାସ ଏବଂ ଭାଷାଜ୍ଞାନରେ ବିଜୟ କୁମାର ପାଢ଼ୀ ଓ ପ୍ରବୀଣା ପରିଡ଼ା ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରିଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ରାଜେଶ କୁମାର ପାଣିଙ୍କ ନେତୃତ୍ବରେ ସନ୍ତୋଷ କୁମାର ତ୍ରିପାଠୀ, ଶୁଚିସ୍ମିତା ମହାରଣା, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଏହି ପରୀକ୍ଷା କେନ୍ଦ୍ରରେ ଚିତ୍ରାଙ୍କନରେ ୪ର୍ଥ ଶ୍ରେଣୀର ଇନାକ୍ଷୀ ପଣ୍ଡା ପ୍ରଥମ, ୪ର୍ଥ ଶ୍ରେଣୀର ସାଇରୂପା ପଣ୍ଡା ଦ୍ବିତୀୟ, ୫ମ ଶ୍ରେଣୀର ଦିବ୍ୟାଶୀ ପାତ୍ର ତୃତୀୟ ହୋଇଛନ୍ତି। ହସ୍ତାକ୍ଷର ପ୍ରତିଯୋଗିତାରେ ୮ମ ଶ୍ରେଣୀର ସାଈଲୀନ ପଟ୍ଟନାୟକ, ୭ମ ଶ୍ରେଣୀର ଅନ୍ବେଷା ଖୁଣ୍ଟିଆ, ୮ମ ଶ୍ରେଣୀର ଶ୍ରୀୟାସ୍ମିତା ପାତ୍ର ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଭାଷାଜ୍ଞାନରେ ୯ମ ଶ୍ରେଣୀର ରଜତ କୁମାର ସାହୁ ପ୍ରଥମ, କେ ସୁଶ୍ରୀ ସ୍ବାଗତିକା ଦ୍ବିତୀୟ ଓ ୧୦ମ ଶ୍ରେଣୀର ଶ୍ରୀୟା ସାନ୍‌ଭି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନରେ ଦେବାଶିଷ ସିଂ, ଭାଷାଜ୍ଞାନରେ ରାଜେଶ ପଣ୍ଡା, ଅନୁସୂୟା ଓଝା, ଭାଷାଜ୍ଞାନରେ ଶରତ କୁମାର ନାୟକ ଓ ପ୍ରକାଶ ମଙ୍ଗରାଜ ବିଚାରକ ଭାବେ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରିଥିଲେ।

ଝାରପଡ଼ା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର
ଝାରପଡ଼ା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଚିତ୍ରାଙ୍କନରେ ଏହି ସ୍କୁଲ୍‌ର ୪ର୍ଥ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ଜେନା ପ୍ରଥମ, ଡିଏଭି ଚନ୍ଦ୍ରଶେଖରପୁରର ତୃତୀୟ ଶ୍ରେଣୀ ଛାତ୍ରୀ ତନୟା ତମନ୍ନା ଦ୍ବିତୀୟ ଓ ଝାରପଡ଼ା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ୫ମ ଶ୍ରେଣୀ ଛାତ୍ରୀ ଶ୍ରୀୟାଶ୍ରୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ହସ୍ତାକ୍ଷରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଝାରପଡ଼ାର ସପ୍ତମ ଶ୍ରେଣୀ ଛାତ୍ରୀ ଅରୋସ୍ମିତା ସିଂହ ପ୍ରଥମ, ଏହି ସ୍କୁଲ୍‌ର ୭ମ ଶ୍ରେଣୀ ଛାତ୍ରୀ ଭୂମିଶ୍ରୀ ଦାସ ଦ୍ବିତୀୟ ଓ ରସୁଲଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୮ମ ଶ୍ରେଣୀ ଛାତ୍ରୀ ଦିବ୍ୟଲକ୍ଷ୍ମୀ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଭାଷାଜ୍ଞାନ-ପ୍ରବନ୍ଧରେ ଝାରପଡ଼ା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୦ମ ଶ୍ରେଣୀ ଛାତ୍ରୀ ପ୍ରାଚୀ ପ୍ରତୀକ୍ଷା ଦେହୁରୀ ପ୍ରଥମ, ଡିଭାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ୯ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସଙ୍ଗୀତା ପତି ଦ୍ବିତୀୟ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ପାଣ୍ଡରାର ୯ମ ଶ୍ରେଣୀ ଛାତ୍ର ପ୍ରଭାକର ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଭାଗବତ ଶୁକ୍ଳା, ରାଜକିଶୋର ଦାସ, ସରୋଜ ମିଶ୍ର ଓ ୟାନିତା ପ୍ରିୟଦର୍ଶିନୀ ବିଚାରକ ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷା ସରିତା ମନ୍ତ୍ରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

କିସ୍‌
ଚିତ୍ରାଙ୍କନରେ କିସ୍‌ର ୫ମ ଶ୍ରେଣୀର ସୁରେନ୍ଦ୍ର ଗଣ୍ଡ ପ୍ରଥମ, ୫ମ ଶ୍ରେଣୀର ସୃଷ୍ଟି ହେମ୍ବ୍ରମ୍‌ ଦ୍ବିତୀୟ ଓ ୫ମ ଶ୍ରେଣୀର ଲକ୍ଷ୍ମୀ ବାଲମୁଚି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷରରେ କିସ୍‌ର ୮ମ ଶ୍ରେଣୀର ହୀରାବତି ନାଥ, ୭ମ ଶ୍ରେଣୀର ଶାନ୍ତିଲତା ମାଝି, ୮ମ ‌ଶ୍ରେଣୀର ଆନିଶା ମଲ୍ଲିକ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି। ଭାଷାଜ୍ଞାନରେ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ୯ମ ଶ୍ରେଣୀର ଅନୁଷ୍କା ସାହୁ ପ୍ରଥମ, କିସ୍‌ର ଦଶମ ଶ୍ରେଣୀର ଜବାମଣି ଟୁଡୁ ଦ୍ବିତୀୟ ଓ ୯ମ ଶ୍ରେଣୀର ଅନିଲ ମୁଠାମାଝୀ ତୃତୀୟ ସ୍ଥାନରେ ରହିଛନ୍ତି। ଭାଷାଜ୍ଞାନ ପ୍ରତିଯୋଗିତାର ରବି ରାୟ, ସୁରେନ୍ଦ୍ରନାଥ ଗାହାଣ, ନିର୍ମଳା କୁମାରୀ ମହାପାତ୍ର ଓ ଗୋବର୍ଦ୍ଧନ ସ୍ବାଇଁ ଏବଂ ଚିତ୍ରାଙ୍କନ ଓ ହସ୍ତାକ୍ଷରରେ ଅଭିମନ୍ୟୁ ଜେନା ଓ ଅନ୍ତର୍ଯାମୀ ‌ଦାସ ବିଚାରକ ରହିଥିଲେ। କିସ୍‌ର ପ୍ରକାଶ କୁମାର ବେହେରା, ଗୀତାଞ୍ଜଳି ପଣ୍ଡା, ସୁବ୍ରତ ମହଲାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ବଡ଼ଗଡ଼ ବ୍ରିଟ୍‌ କଲୋନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ବଡ଼ଗଡ଼ ବ୍ରିଟ୍‌ କଲୋନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଏକ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପୋଖରୀପୁଟ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ଛାତ୍ରୀ ଏ ବି ଶ୍ରେଷ୍ଠା ସ୍ବୟଂଶ୍ରୀ ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ଗଡ଼ ବ୍ରିଟ୍‌ କଲୋନି ଛାତ୍ରୀ ମଧୁସ୍ମିତା ସାହୁ ଦ୍ବିତୀୟ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ଗଡ଼ ବ୍ରିଟ୍‌ କଲୋନିର ଛାତ୍ର ରାମ ବିନୟ ପ୍ରଧାନ ତୃତୀୟ ହୋଇଥିଲେ। ହସ୍ତାକ୍ଷର ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ଗଡ଼ ବ୍ରିଟ୍‌ କଲୋନିର ରୀତିପର୍ଣ୍ଣା ଜେନା ପ୍ରଥମ, ରୀତି ରାଗିଣୀ ସାହୁ ଦ୍ବିତୀୟ ଓ ସାଇ ସରସ୍ବତୀ ଜ୍ଞାନ ମନ୍ଦିରର ଦିବ୍ୟଶ୍ରୀ ସାହୁ ତୃତୀୟ ହୋଇଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ଗଡ଼ ବ୍ରିଟ୍‌ କଲୋନିର ସ୍ନେହାରାଣୀ ବେହେରା ପ୍ରଥମ, କ୍ୟାପିଟାଲ୍‌ ହାଇସ୍କୁଲ୍‌, ୟୁନିଟ୍‌-୩ ର ପ୍ରିୟଙ୍କା ମୁଦୁଲି ଦ୍ବିତୀୟ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ଗଡ଼ ବ୍ରିଟ୍‌ କଲୋନିର ପୁଣ୍ୟତୋୟା ଦାଶ ତୃତୀୟ ହୋଇଥିଲେ। ବିଚାରକ ଭାବେ ପ୍ରତିଭା ଖିଲାର, ହରେକୃଷ୍ଣ ପାତ୍ର, ରାମ ଶଙ୍କର ସାହୁ, ମାନସ ରଂଜନ ନାୟକ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୌଭାଗ୍ୟ ସାହୁଙ୍କ ସମେତ ସୁଖଲତା ଦାଶ, ପତିତପାବନ ସ୍ୱାଇଁ, ଅଜିତ ରାଉତ, ବିଦ୍ୟାଧର ସାହୁ, ଅପୂର୍ବ ରଞ୍ଜନ ଦାସ, ଶ୍ୟାମସୁନ୍ଦର ଦାଶ, ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ଚିନ୍ମୟୀ ତ୍ରିପାଠୀ, ଦ୍ବାରିକା ବେହେରା, ବିପିନ ବିହାରୀ ରାଉତ, ପ୍ରଭାତ ନଳିନୀ ମହାନ୍ତି, ତୃପ୍ତିମୟୀ ମହାନ୍ତି, ଜ୍ୟୋର୍ତିମୟୀ ରଥ, ସ୍ମିତାଞ୍ଜଳି ତ୍ରିପାଠୀ, ସୁଶାନ୍ତ ସାହୁ, ସୁଲୋଚନା ପଣ୍ଡା, ରତିକାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ।

ବରମୁଣ୍ଡା ସରସ୍ବତୀ ଶିଶୁମନ୍ଦିର
ସରସ୍ବତୀ ଶିଶୁମନ୍ଦିର ବରମୁଣ୍ଡା କେନ୍ଦ୍ରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୯୫ ପ୍ରତିଯୋଗୀ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅନନ୍ୟା ରଥ ପ୍ରଥମ, ସାଇ ଶୁଭଙ୍କର ପାଲ୍‌ ଦ୍ବିତୀୟ ଓ ତନ୍ବୀ ତନ୍ମୟା ସାହୁ ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡାର ଛାତ୍ରୀ ଈଶ୍ବରୀ ପ୍ରଧାନ ପ୍ରଥମ, ବାହାଦଲପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ସାହୁ ଦ୍ବିତୀୟ ଓ ସରସ୍ବତୀ ଶିଶୁମନ୍ଦିର ବରମୁଣ୍ଡା ଛାତ୍ରୀ ଆୟୁଷୀ ଦାସ ତୃତୀୟ ହୋଇଛନ୍ତି। ଭାଷାଜ୍ଞାନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରମୁଣ୍ଡାର ଛାତ୍ର ତନ୍ମୟ ସାମନ୍ତରାୟ ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସୌମ୍ୟଜ୍ୟୋତି ରଥ ଦ୍ବିତୀୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରମୁଣ୍ଡା ଛାତ୍ର ଆୟୁଷ ଦାସ ତୃତୀୟ ହୋଇଛନ୍ତି। ପ୍ରତିଯୋଗିତା ପରିଚାଳନାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରମୁଣ୍ଡାର ପ୍ରଧାନଶିକ୍ଷକ ପ୍ରସନ୍ନ କିଶୋର ପୃଷ୍ଟି, ବରିଷ୍ଠ ଶିକ୍ଷକ ସୂର୍ଯ୍ୟମଣୀ ସାହୁ ଏବଂ ଶିକ୍ଷକ ନିବାସ ସାମନ୍ତରାଏ ସହଯୋଗ କରିଥିଲେ। ବିଚାରପତି ଭାବେ ନୀଳମଣି ଚାନ୍ଦ, ସୌମେନ୍ଦ୍ର ଜେନା, ମୋନାଲିସା ବିଶ୍ବାଳ ଏବଂ ରବି ନାରାୟଣ ସାହୁ ଉତ୍ତରଖାତାର ମୂଲ୍ୟାୟନ କରିଥିଲେ।

ବିଏମ୍‌ ହାଇସ୍କୁଲ୍‌
ସ୍ଥାନୀୟ ଭକ୍ତକବି ମଧୁସୂଦନ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନ ପରୀକ୍ଷାରେ ଗୁରୁ ନାନକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ତ୍ରିପାଠୀ ପ୍ରଥମ, ବିଜେବି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ଅନନ୍ୟା ଅନ୍ବେଷା ରାଉତ ଦ୍ବିତୀୟ ଓ କେନ୍ଦ୍ରୀୟ ବିଦ୍ୟାଳୟ-୧ର ପଞ୍ଚମ ଶ୍ରେଣୀ ଛାତ୍ରୀ ହୁମେରା ହୋସେନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ହସ୍ତାକ୍ଷର ପ୍ରତିଯୋଗିତାରେ ଭୀମଟାଙ୍ଗୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ଶ୍ରେୟାଶ୍ରୀ ମଲିଆ ପ୍ରଥମ, ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଆଦ୍ୟାଶା ରାୟ ଦ୍ବିତୀୟ ଓ ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ପ୍ରହରାଜ ତୃତୀୟ ସ୍ଥାନ ହାସଲ କରିଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷାରେ କେଦାରଗୌରୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ବେହେରା ପ୍ରଥମ, ରାମକୃଷ୍ଣ ମିଶନ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ବିଷ୍ଣୁରୂପା ଦାଶ ଦ୍ବିତୀୟ ଓ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଓଁକାର ପତି ତୃତୀୟ ସ୍ଥାନ ହାସଲ କରିଥିଲେ। ବିଚାରକ ଭାବେ ଡ. ରମେଶ ପାଣି, ଡ. ଦେବାଶିଷ ମହାପାତ୍ର, ଅରୁଣ କୁମାର ନାୟକ, ସୁଶାନ୍ତ ସ୍ବାଇଁ, ପବିତ୍ର ମୋହନ ବାରିକ ଓ ଚନ୍ଦନ ସାମଲ ଯୋଗଦେଇଥିଲେ। ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରଭାତ କୁମାର ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ବାରିକ୍‌, ଦୋଳଗୋବିନ୍ଦ ପଣ୍ଡା ପ୍ରମୁଖ ପୁରସ୍କାର ବିତରଣ ସଭାରେ ଅତିଥି ଭାବେ ଉପସ୍ଥିତ ଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button