ରାଜ୍ୟ

ସାଙ୍ଗକୁ ଜୀବନରୁ ମାରିଦେଲା ସାଙ୍ଗ – Ibnodisha

[ad_1]

ବାଣପୁର : ସାଙ୍ଗକୁ ମାରିଲା ସାଙ୍ଗ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାରେ। ମୃତକ ହେଲେ, ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ଆଶୁତୋଷ ମହାପାତ୍ର। ସୂଚନା ଅନୁଯାୟୀ, ବାଣପୁର ଖମାରସାହିର ଆଶୁତୋଷ ଗତ ୨୩‌ ତାରିଖରେ ମହାବିଦ୍ୟାଳୟକୁ ଯାଇ ଆଉ ଫେରିନଥିଲେ। ଅପରାହ୍ନ ୩ଟା ପରେ ତାଙ୍କ ମୋବାଇଲ୍ ଫୋନ୍ ଆଉ ଲାଗିନଥିଲା। ଏହାପରେ ଆଶୁତୋଷଙ୍କ ମା’ ଓ ବାପା ପ୍ରସନ୍ନ ମହାପାତ୍ରଙ୍କ ମୋବାଇଲ୍‌କୁ ପୁଅ ସେମାନଙ୍କ କବଜାରେ ଥିବା ଏବଂ ଜୀବିତ ଭାବେ ଦେଖିବାକୁ ଚାହୁଁଥିଲେ ୫ ଲକ୍ଷ ଟଙ୍କା ଦେବାକୁ ମୋବାଇଲ୍‌ରେ ମେସେଜ୍‌ ଆସିଥିଲା। ଆହୁରି ମଧ୍ୟ ପୁଲିସକୁ ନଜଣାଇବା ପାଇଁ ତାଗିଦ୍‌ କରିଥିଲେ। ତଥାପି, ସେହି ରାତିରେ ଥାନାରେ ଅଭିଯୋଗ କରିଥିଲେ ଆଶୁ‌‌ତୋଷଙ୍କ ପରିବାର। ଅଭିଯୋଗ ପରେ ଆଶୁତୋଷଙ୍କ ବାପା ପ୍ରସନ୍ନଙ୍କ ମୋବାଇଲ୍‌କୁ ପୁଣି ଏକ ମେସେଜ୍‌ ଆସିଥିଲା। ଏଥିରେ ପୁଲିସ୍‌କୁ ଜଣାଇଥିବାରୁ ପୁଅକୁ ଫେରିପାଇବେ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା। ଏହାର ୩୬ ଘଣ୍ଟାପରେ ଅର୍ଥାତ୍‌ ଆଜି ସକାଳେ ଖମାର ସାହିଠାରୁ ମାତ୍ର ଅଢେ଼ଇ କିଲୋମିଟର ଦୂର ଖଣାତ–ଦୀକ୍ଷିତପଡ଼ା ଛକ ନିକଟ ଏକ ଅର୍ଦ୍ଧନିର୍ମିତ ଘର ପଛପଟ କୂଅରୁ ଆଶୁତୋଷଙ୍କ ମୃତଦେହ ମିଳିଛି। ଏନେଇ ଆଶୁତୋଷଙ୍କ ବାପା ପ୍ରସନ୍ନଙ୍କ କହିବା କଥା ହେଲା, ୨୪ ତାରିଖ ଅପରାହ୍ନ ଗୋଟାଏ ବେଳେ ସେ ଢେଙ୍କାନାଳରୁ ଘେରକୁ ଫେରିଥିଲେ। ସେହିଦିନ ଆଶୁତୋଷର ବନ୍ଧୁ ତଥା ମୁଖ୍ୟ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନା ଭେଟିଥିଲେ। ଖଣାତ-ଦୀକ୍ଷିତପଡ଼ା ରାସ୍ତା କଡ଼ରେ ଥିବା ତାଙ୍କ ଅର୍ଦ୍ଧନିର୍ମିତ ଘର ନିକଟରେ ପୁଅକୁ ଦେଖିଥିବା ଆଶୀର୍ବାଦ ତାଙ୍କୁ କହିଥିଲା। ଏହି କଥା ଶୁଣିବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ ବୋଲି ପ୍ରସନ୍ନ କହିଛନ୍ତି, ଯିଏକି ଜଣେ ଠିକାଦାର। ଅନ୍ୟପକ୍ଷରେ ବାଣପୁର ଏସ୍‌ଡିପିଓ ମାନସ ରଂଜନ ବାରିକ କହିଛନ୍ତି, ଘଟଣାର ତଦନ୍ତ ଚ‌ାଲିଛି। ତେଣୁ ଘଟଣା ପଛର କାରଣ, କିଭଳି ହତ୍ୟା କରିଛି ଆଦି ଦିଗ ଉପରେ ପରବର୍ତୀ ସମୟରେ ଜଣାପଡ଼ିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button