ଅପରାଧ

ମହିଳାଙ୍କ ଆପତ୍ତିଜନକ ଭିଡିଓକୁ ଭାଇରାଲ କଲେ ଯୁବକ ଜୀବନ ହାରିଲେ ଦମ୍ପତି – Ibnodisha

[ad_1]

ନୂଆଦିଲ୍ଲୀ : ଦମ୍ପତିଙ୍କ ଆପତ୍ତିଜନକ ଭିଡିଓକୁ ଭାଇରାଲ କଲେ ଯୁବକ ଜୀବନ ହାରିଲେ ଦମ୍ପତି । ତେବେ ଏପରି ଏକ ଘଟଣା ବିହାରର ଗୟା ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯିବା ପରେ ଦମ୍ପତି ଜୀବନ ହାରି ଦେଇଛନ୍ତି। ମୃତ ଦମ୍ପତିଙ୍କ ନାମ ପିଣ୍ଟୁ ଓ ପୂଜା କୁମାରୀ ବୋଲି ଜଣାପଡ଼ିଛି। ଦମ୍ପତିଙ୍କ ମୋବାଇଲରୁ ମିଳିଥିବା ଭିଡିଓ, ଅଡିଓ ଓ ଫଟୋ ଆଧାରରେ ମୃତକଙ୍କ ବାପା ରାମଦେବ ସିଂହ ଜାନୁଆରି ୨୩ ତାରିଖରେ ଥାନାରେ ରକି ନାମକ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କାରଣ ରକି ବାରମ୍ବାର ଏଭଳି ଆପତ୍ତିଜନକ ଅଡିଓ, ଭିଡିଓ ଓ ଫଟୋ ପଠାଇବା ଦ୍ବାରା ପିଣ୍ଟୁ ଓ ପୂଜା ମାନସିକ ଚାପରେ ରହୁଥିଲେ। ଶେଷରେ ସେମାନେ ଜୀବନ ହାରି ଦେଇଛନ୍ତି। ଏସଏସପି ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏସଡିପିଓ ଗୁଲସନ କୁମାରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ। ଏହି ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୋବାଇଲ ଜବତ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button