ଅପରାଧ

ପାରିବାରିକ କଳହର କରୁଣ ପରିଣତୀ; ପୁଅକୁ ହତ୍ୟା ପରେ ଜୀବନ ହାରିଲେ ବାପା – Ibnodisha

[ad_1]

ନୂଆଦିଲ୍ଲୀ: ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରାୟତଃ ଛୋଟବଡ଼ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ । କିନ୍ତୁ ଏହି ଝଗଡ଼ା ସମୟସମୟରେ ଏତେ ବଢ଼ି ଯାଇଥାଏ କି ବିବାହ ବିଚ୍ଛେଦ ଯାଏ କଥା ଚାଲିଯାଇଥାଏ । ନିକଟରେ ବିବାହ ବିଚ୍ଛେଦ ଘଟଣାକୁ ନେଇ ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏହି ଝଗଡ଼ା ହେତୁ ଜଣେ ମହିଳା ଏକାସହିତ ତାଙ୍କ ସ୍ୱାମୀ ଓ ପୁଅକୁ ହରାଇ ଦେଇଛନ୍ତି । ପାରିବାରିକ କଳହ ହେତୁ ସ୍ତ୍ରୀ ଏକବର୍ଷ ହେବ ବାପଘରକୁ ଚାଲିଯାଇଥିଲେ । ସ୍ତ୍ରୀଙ୍କୁ ଅନେକ ଥର ସ୍ୱାମୀ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ହେଁ ମହିଳା ରାଜି ହେଉ ନଥିଲେ । ସେ ଛାଡ଼ପତ୍ର ପାଇଁ ଜିଦ ଧରି ବସିଥିଲେ । ଏହି ଘଟଣାକୁ ନେଇ ସ୍ୱାମୀ ଅଜିମୁଲ୍ଲାହ ଚିନ୍ତାରେ ରହୁଥିଲେ ।

ସେ କ’ଣ କରିବେ କ’ଣ ନାହିଁ କିଛି ଚିନ୍ତା କରି ପାରୁ ନଥିଲେ । ନିକଟରେ ସେ ଆଉ କୌଣସି ନିଷ୍ପତ୍ତି ନେଇ ପାରି ନଥିଲେ । ଶେଷରେ ସେ ତାଙ୍କ ପୁଅକୁ ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଥିଲେ । ପୁଅ ହତ୍ୟା ସହିତ ନିଜ ଜୀବନ ହାରିବା ଘଟଣାର ଭିଡିଓ କରି ଅଜିମୁଲ୍ଲାହ ସ୍ତ୍ରୀଙ୍କ ପାଖକୁ ପଠାଇ ଦେଇଥିଲେ । ସ୍ୱାମୀଙ୍କଠାରୁ ଏହି ଭିଡିଓ ପାଇବା ପରେ ସ୍ତ୍ରୀ ହରୀରା ଭାଇ ସହିତ ଶାଶୁଘରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା । ହରୀରା ଏକାସହିତ ନିଜ ପୁଅ ଓ ସ୍ୱାମୀଙ୍କୁ ହରାଇ ଦେଇଥିଲେ । ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଜିମୁଲ୍ଲାହ ଓ ତାଙ୍କ ପୁଅଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button