ଅପରାଧରାଜନୀତିରାଜ୍ୟ

ମାହାଙ୍ଗା ଡବଲ ମର୍ଡର ମାମଲା ନେଇ ପ୍ରତାପ ଜେନା କହିଲେ- ରାଜନୈତିକ ଉଦେଶ୍ୟ ରଖି ବିଜେପି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି

ମାହାଙ୍ଗା ଡବଲ ମର୍ଡର ମାମଲା ନେଇ ପ୍ରତାପ ଜେନା କହିଲେ- ରାଜନୈତିକ ଉଦେଶ୍ୟ ରଖି ବିଜେପି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି

ଭୁବନେଶ୍ବର: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଆସିଲା ପରେ ବିଧାୟକ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି। ଯେଉଁମାନେ ମୋ ବିରୁଦ୍ଧରେ କରୁଛନ୍ତି ସେମାନଙ୍କର ନାରକୋ ଟେଷ୍ଟ କରାଯାଉ। ଏପରିକି ମୋର ବି ନାରକୋ ଟେଷ୍ଟ କରାଯାଉ। ଏହି ମାମଲାରେ ମୋ ବିରୁଦ୍ଧରେ ଯେଉଁ ଷଡଯନ୍ତ୍ର ଚାଲିଛି ତାହା ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ। ରାଜନୈତିକ ଉଦେଶ୍ୟ ରଖି ମୋ ବିରୁଦ୍ଧରେ ଏହା ଏକ ଷଡଯନ୍ତ୍ର। ବିରୋଧୀ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଯିଏକି ମୋ ସହିତ ଲଢ଼ି ହାରିଛନ୍ତି ସେ ରାଜନୈତିକ ଉଦେଶ୍ୟ ରଖି ଏଭଳି ଷଡଯନ୍ତ୍ର କରୁଛନ୍ତି। ମାହାଙ୍ଗାରେ ବିକାଶକୁ ସହି ପାରୁ ନାହାନ୍ତି ବିରୋଧୀ। ବିଭିନ୍ନ ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅପପ୍ରଚାର ଚାଲିଛି। ରାଜନୈତିକ ଉଦେଶ୍ୟ ରଖି ମତେ ବଦନାମ କରାଯାଉଛି। ଘଟଣାରେ କିଛି ସତ୍ୟସତ୍ୟ ନାହିଁ।

ମାହାଙ୍ଗା ଡବଲ ମର୍ଡର ମାମଲା ନେଇ ମାହାଙ୍ଗା ପୁଲିସ ଏହି ମାମଲାର ତଦନ୍ତ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍‌କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ପ୍ରତାପ ଜେନା ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଯେତେବେଳେ ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କଲା, ସେହି ସମୟରେ ସେଥିରେ ପ୍ରତାପଙ୍କ ନାଁ ନଥିଲା। ପ୍ରତାପ ଜେନାଙ୍କୁ ପୁଲିସ୍ କ୍ଲିନ୍‌ଚିଟ୍ ଦେଇଥିଲା। ଏହି ମାମଲାରେ ପ୍ରତାପ ଜେନାଙ୍କର କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଥିଲା। ପୁଲିସର ଚାର୍ଜସିଟ ଦାଖଲ ପରେ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲା ହାଇକୋର୍ଟରେ ପହଞ୍ଚି ଥିଲା। ହାଇକୋର୍ଟ ମାମଲାର ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ଘଟିଥିଲା। ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଅଭିଯୋଗକାରୀ ରମାକାନ୍ତ ବରାଳ ୧୩ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏଥିରୁ ୯ ଜଣ ଗିରଫ ହୋଇ ସାରିଛନ୍ତି। ଏତଲା ଅନୁଯାୟୀ ୧୩ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା। ୨୦୨୧ ଜାନୁଆରି ୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ୨୦୨୧ରେ ସିଡିଆର(କଲ ଡିଟେଲେସ ରିପୋର୍ଟ)କଲ ଫର ହେଲା। ୨୦୨୩ ଜାନୁଆରିରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ରମାକାନ୍ତଙ୍କ ସାନଭାଇ ରଞ୍ଜିତ ବରାଳ ମାମଲା ପାଇଁ ଲଢୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button