ରାଜ୍ୟ

ଏମିତି ବି ଆସେ ମୃତ୍ୟୁ: ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି, ଗ୍ୟାରେଜ ମାଲିକ ମୃତ

ଖୋର୍ଦ୍ଧା: ମୃତ୍ୟୁ ଏମିତି ବି ଆସେ। ଗାଡ଼ିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି। ଆଉ ଘଟଣାସ୍ଥଳରେ ଚାଲିଗଲା ଗ୍ୟାରେଜ ମାଲିକଙ୍କ ଜୀବନ। ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ ଗାଡ଼ିଆ ଛକରେ ନିକଟ ମାଆ ଭଗବତୀ ଟାୟାର ପ୍ରେସର ନାମକ ଦୋକାନରେ ସକାଳୁ ଟାୟାର ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ବୋମାମାଡ଼ ଭଳି ଶବ୍ଦ ହୋଇଥିଲା।

ଏଥିରେ ଗ୍ଯାରେଜ ମାଲିକଙ୍କ ମୃତ୍ଯୁ ହୋଇଛି। ମୃତକ ହେଲେ ନବଘନ ପରିଡ଼ା। ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆହତ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button