ରାଜ୍ୟ

ପେଶାରେ ସେ ଜଣେ ବ୍ଲକ ଉପାଧ୍ୟକ୍ଷ ହେଲେ ନିଶା ତାଙ୍କର ସମାଜସେବା

ଉଦଳା: ପେଶାରେ ବ୍ଲକ ଉପାଧ୍ୟକ୍ଷ ହେଲେ ନିଶା ତାଙ୍କର ସମାଜସେବା । ପର ହେଉ କି ଆପଣାର ହୁଅନ୍ତୁ ସମସ୍ତଙ୍କୁ ନିଜର କରିନିଅନ୍ତି ରଜନୀ । ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି । ଯାହାକି ଏ ଅଞ୍ଚଳ ପାଇଁ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଭୀମତାଳି ଗ୍ରାମର ଏ ହେଉଛନ୍ତି ରଜନୀକାନ୍ତ ଦାସ ।

ରଜନୀ ଉଦଳା ବ୍ଲକର ଉପାଧ୍ୟକ୍ଷ । ତେବେ ଉପାଧ୍ୟକ୍ଷ ଭାବେ ସେ ଯେତିକି ପରିଚିତ ନୁହଁନ୍ତି ତାଠାରୁ ଅଧିକ ନିଜର ବ୍ୟକ୍ତିତ୍ଵ ପାଇଁ ବିଭିନ୍ନ ଅଞ୍ଚଳରେ ବେଶ ପରିଚିତ । ନିଜର କର୍ମ ପାଇଁ ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ । ପରକୁ ଆପଣା କରି ସହଯୋଗର ହାତ ବଢ଼ାଇଥାନ୍ତି ରଜନୀ । ବନ୍ୟା ହେଉ, ଦୁର୍ଘଟଣା ହେଉ କି, ଅସହାୟଙ୍କ ସମସ୍ୟା ହେଉ ଠିକଣା ସମୟରେ ପହଞ୍ଚିଯାନ୍ତି ରଜନୀ ।

ପିଲାଟି ଦିନରୁ ସମାଜସେବା କରିବାର ଆନ୍ତରିକତା ତାଙ୍କ ମନରେ ରହିଥିଲା । ରଜନୀ ମଧ୍ୟବିତ୍ତ ପରିବାରରେ ଜନ୍ମ । ତେଣୁ ଦୁଃଖ କଣ ସେ ଭଲ ସେ ଅନୁଭବ କରିଥିବା ବେଳେ ସବୁବେଳେ ଅନ୍ୟର ଦୁଃଖରେ ଦୁଃଖୀ ଓ ଅନ୍ୟର ସୁଖରେ ସୁଖୀ ହୋଇଥାନ୍ତି ରଜନୀ । ବିଶେଷ କରି ଦୁର୍ଘଟଣାରେ ପରିବାର ଲୋକ ମେଡିକାଲ ପହଁଚିବା ପୂର୍ବରୁ ରଜନୀ ପହଞ୍ଚି ନିଜର ସେବା କାମରେ ଲାଗି ପଡନ୍ତି । ପର ହେଉ କି ଆପଣାର ହେଉ ନିଜ ଖର୍ଚ୍ଚରେ ମେଡ଼ିସିନ ଠୁ ସବୁ କିଛି କଥା ବୁଝିଥାନ୍ତି । ସେଥିପାଇଁ ପାଇଁ ସ୍ଥାନୀୟ ଲୋକେ ତାଙ୍କର ଏହି ସମାଜସେବାକୁ ପ୍ରଶଂସା କରିଥିବା ବେଳେ ତାଙ୍କର ଏହି ଉଦ୍ୟମ ଆଗକୁ ଜାରି ରଖିବା ପାଇଁ ଭଗବାନଙ୍କ ଠାରେ ଗୁହାରୀ କରିଛନ୍ତି ।

ମନରେ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ସମାଜସେବା ପାଇଁ ଦେଇଛି ନୂତନ ଦିଗଦର୍ଶନ । ଏପରିକି ବନ୍ୟା ସମୟରେ ବିଭିନ୍ନ ଗ୍ରାମରେ ପହଞ୍ଚି ବନ୍ୟାର ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଅନ୍ତି । ଏହିପରି କି ବିଭିନ୍ନ ଅସହାୟ ଲୋକ ମାନଙ୍କୁ ଯଥା ସମ୍ଭବ ସହାୟତା କରିଥାନ୍ତି । ବିଶେଷ କରି ଏହି ସେବା କରିବା ଦ୍ୱାରା ନିଜ ମନକୁ ଆତ୍ମସନ୍ତୋଷ ମିଳେ ବୋଲି କହିଛନ୍ତି ରଜନୀ । ତେବେ ଆଗକୁ ଏହି ସମାଜସେବା କରିବାର ସଂକଳ୍ପ ନେଇଥିବା ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button