IBN ଓଡ଼ିଶା ବ୍ୟୁରୋ

ମହିଳା ଟି୨୦ ବିଶ୍ୱକପ ଫାଇନାଲ : ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ

ଟି୨୦ ମହିଳା ବିଶ୍ବକପରେ ଆଜି ଟାଇଟଲ ମୁକାବିଲା । ଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା ଦଳ ୨୦୦୦ ମସିହାରେ କେବଳ ଦିନିକିଆ ବିଶ୍ବକପରେ ବିଜୟୀ ହୋଇଥିଲା । ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ୭ରେ ମୁହାଁମୁହିଁ ହେବେ । ୨୪ ବର୍ଷ ପରେ ପୁଣି ନ୍ୟୁଜିଲାଣ୍ଡ ମହିଳା ଦଳ ବିଶ୍ବକପ୍ ଟ୍ରଫି ଧରିବାକୁ ପ୍ରସ୍ତୁତ ହେଉଛି ।

ଦଳର ୩ ଜଣ ବରିଷ୍ଠ ଖେଳାଳିଙ୍କ ପାଇଁ ଏହା ଶେଷ ବିଶ୍ବକପ୍ ହୋଇଥିବାରୁ ଏହାକୁ ସ୍ମରଣୀୟ କରିବାକୁ ନ୍ୟୁଜିଲାଣ୍ଡ ।

ପୂର୍ବର ଚାମ୍ପିଅନ ଟିମ୍ ଅଷ୍ଟ୍ରେଲିଆ ଏବଂ ୱେଷ୍ଟ ଇଣ୍ଡିଜକୁ ହରାଇ ଦୁଇ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୬ ଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ସେହିପରି ସେମି ଫାଇନାଲ ମୁକାବିଲାରେ ମଧ୍ୟ ନ୍ୟୁଜିଲାଣ୍ଡ ଚାମ୍ପିୟନ ଟିମ୍ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ହାରିବାକୁ ଆଦୌ ଚାହିଁବନି । ୨୦୨୩ ଘରୋଇ ବିଶ୍ବକପରେ ଅଷ୍ଟ୍ରେଲିଆ ଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା । ଏଥର ବିଜୟ ପାଇଁ ଏକ ଭଲ ସୁଯୋଗ ରହିଛି ।

ମହିଳା ଟି୨୦ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ହାରିଥିଲା । ଏହାପରେ ଅଷ୍ଟ୍ରେଲିଆ ଠାରୁ ମାତ୍ର ୯ ରନରେ ହାରିବା ପରେ ବିଶ୍ୱକପରୁ ବାଦ୍‌ ପଡିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button