IBN ଓଡ଼ିଶା ବ୍ୟୁରୋ

ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଲା ବସ୍; ୩ ମୃତ, ୪ ଗୁରୁତର

ବିହାରର କୈମୁର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକକୁ ଏକ ବସ୍ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍ ବିହାରର ଗୟାରୁ ଉତ୍ତର ପ୍ରଦେଶର ବାରବାଙ୍କି ଅଭିମୁଖେ ଯାଉଥିଲା। ଭୋଅର ୫ଟା ସମୟରେ ବସ୍ ଡ୍ରାଇଭର ଏକ ଟ୍ରକକୁ ଧକ୍କା ଦେଇଥିଲେ।

ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣ ଯାତ୍ରୀଙ୍କର ଜୀବନ ଚାଲିଯାଇଛି। କୈମୁର ଜିଲ୍ଲାର ମୋହନିଆ ରାସ୍ତା ନିକଟରେ ଦୁର୍ଘଟଣା ଘଟିଥିଲା।

ଗାଡିରେ ଥିବା ଅନ୍ୟ ଯାତ୍ରୀମାନେ କହିଛନ୍ତି ଯେ, ଟ୍ରକଟି ପାର୍କିଂ ହୋଇଥିଲା। ବସ୍ ଡ୍ରାଇଭର ନିଦ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ସମୟରେ ଟ୍ରକରେ ଡ୍ରାଇଭର ନଥିଲେ।

ସେପଟେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚାରି ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button