IBN ଓଡ଼ିଶା ବ୍ୟୁରୋ

ଦେଶୀ ଷ୍ଟାଇଲରେ ଘରେ ବନାନ୍ତୁ ସୁଆଦିଆ ‘ଚିକେନ୍ ତଡ଼କା’

ବଶ୍ୟକ ସାମଗ୍ରୀ: ଚିକେନ୍, ମସୁର ଡାଲି, ଗୋଟା ମୁଗ, ବୁଟ ଡାଲି, ପିଆଜ, ରସୁଣ, ଅଦା, ଲଙ୍କା, ଡାଲଚିନି, ଗୁଜୁରାତି, ତେଜପତ୍ର, ତେଲ, ଟମାଟୋ ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମସୁର ଡାଲି, ବୁଟ ଡାଲି ଓ ମୁଗକୁ କିଛି ସମୟ ପାଇଁ ଭିଜାଇ ରଖନ୍ତୁ। ତା’ପରେ ଭିଜା ମୁଗ, ମସୁର ଡାଲି ଓ ବୁଟ ଡାଲିକୁ ଅଳ୍ପ ସିଝାଇ ଦିଅନ୍ତୁ।

ଏହାପରେ କଡ଼େଇରେ ତେଲ ଗରମ କରି ସେଥିରେ ପିଆଜ ରସୁଣ, ଅଦା ଓ ଲଙ୍କା ବଟା ପକାନ୍ତୁ। ମସଲା ବାଦାମୀ ରଙ୍ଗ ହୋଇଆସିବା ପରେ କଟା ଟମାଟୋ ପକାନ୍ତୁ। ଅଳ୍ପ ସମୟ ପରେ ସେଥିରେ ଚିକେନ୍, ହଳଦୀ ଓ ଲୁଣ ପକାଇ କଷନ୍ତୁ।

କଷି ହୋଇଯିବା ପରେ ପାଣି ସହିତ ସିଝା ହୋଇଥିବା ମସୁର, ମୁଗ ଓ ବୁଟ ଡାଲି ପକାନ୍ତୁ। ମାଂସ ସିଝିଯିବା ପରେ ସେଥିରେ ଡାଲଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଏହା ପରେ ମାଂସ ଓ ଡାଲିକୁ ବଘାରି ଦିଅନ୍ତୁ ବା ଛୁଙ୍କ ଦିଅନ୍ତୁ। ଛୁଙ୍କ ଦେବା ପାଇଁ ପ୍ୟାନ୍ରେ ତେଲ ଗରମ କରି ସେଥିରେ କଟା ପିଆଜ ଓ ଛୋଟ ଛୋଟ କଟା ଯାଇଥିବା କଞ୍ଚା ଲଙ୍କା ପକାନ୍ତୁ। ଛୁଙ୍କ ଦେଇ ସାରିବା ପରେ ଏଥିରେ କଟା ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ଚିକେନ୍ ତଡ଼କା। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button