IBN ଓଡ଼ିଶା ବ୍ୟୁରୋଦୁର୍ଘଟଣାରାଜ୍ୟ

ହଜିଗଲା ମାନବିକତା, ୬ ଘଣ୍ଟା ଅଟୋରେ ପଡିରହିଲା ଶବ

IBN ଓଡିଶା(ବ୍ୟୁରୋ):-ଭଦ୍ରକ: ହଜିଗଲା ମାନବିକତା । କରୋନା ସନ୍ଦେହରେ ପାଖ ମାଡିଲେନି କେହି । ୬ ଘଣ୍ଟା ଅଟୋରେ ପଡିରହିଲା ଶବ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ ସାହି ଲୋକେ ଛୁଇଁଲେନି । ପଞ୍ଚଭୂତି ଗୌଡ଼ ସାହିର ଗଣେଶ ଶତପଥିଙ୍କୁ ଜ୍ୱର ହେବାରୁ ସକାଳ ୮ଟାରେ ତାଙ୍କ ସ୍ତ୍ରୀ ତାଙ୍କୁ ଜଗନ୍ନାଥ ପ୍ରସାଦ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
୪ ଦିନ ପୂର୍ବେ ବଡ଼ ଭାଇ ବିନାୟକଙ୍କର ହୃଦ ରୋଗରେ ମୃତ୍ୟୁ ଘଟିଥିଲା । କରୋନା ଜନିତ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ସାହିବାସୀ ସନ୍ଦେହ କରି ମେଡିକାଲରୁ ଫେରିଥିବା ଗଣେଶଙ୍କ ମୃତଦେହକୁ କେହି ଛୁଇଁବାକୁ ରାଜି ହେଉନାହାନ୍ତି । କିମ୍ବା ଗାଁ ଶ୍ମଶାନରେ ଏହି ଶବ ଦାହ ହୋଇପାରିବ ନାହିଁ ବୋଲି କିଛି ଲୋକ ଜିଦ ଧରିବା କାରଣରୁ ଦୀର୍ଘ ୬ ଘଣ୍ଟା ହେବ ତାଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି । ଶେଷରେ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସାହିରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି କିଛି ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button