ଭୁବନେଶ୍ୱରର ହେଲଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲଥଭିଲ୍ ( Healthville ) ତଥା ୟୁ.ଏସ୍.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଛି।
ଏଥିରେ ପ୍ରାୟ୧୦୦ ଜଣ ନେଚୁରୋପେଥିକ୍ ଉତ୍ସାହୀ, ଲାଭାର୍ଥୀ ଏବଂ ପ୍ରୋତ୍ସାହକ ଅଂଶଗ୍ରହଣ କରିଥିଲେ। ହେଲ୍ଥଭିଲ୍ର ଚେୟରମ୍ୟାନ୍ ଡ଼କ୍ଟର ସତ୍ୟବ୍ରତ ମୀନକେତନ ସଭାରେ ସ୍ୱାଗତ ଭାଷଣ ରଖି ସମସ୍ତ ଅଂଶଗ୍ରାହୀଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ବର୍ତମାନର ବିଶ୍ୱରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ବହୁମୁଖି ଉପାଦେୟତା ସମ୍ବନ୍ଧରେ ଗଭୀର ଓ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ।
ସେ କହିଛନ୍ତି ଯେ, ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରକୃତିର ସୃଷ୍ଚି ମଣିଷ ପାଇଁ ସର୍ବୋତମ ଉପସମ ଦାୟକ । ଆମର ପ୍ରାୟ ୯୦ ପ୍ରତିଶତ ରୋଗ ଏବଂ ଯନ୍ତ୍ରଣାମୂଳକ ସମସ୍ୟାଗୁଡିକ ଆମ ନିଜର ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ, ଖରାପ ଅଭ୍ୟାସ ଏବଂ ନକାରାତ୍ମକ ଚିନ୍ତାର କୁଫଳ, ଯାହାର ନିରାକରଣ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ପଦ୍ଧତିଦ୍ୱାରା କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ସମ୍ପୁର୍ଣ ରୂପେ ସମ୍ଭବ।
ମୁଖ୍ୟ ଅତିଥି ଶ୍ରୀ ଗୋଲକ ମହାପାତ୍ର, ଓଡିଶା ରାଜ୍ୟ ବିଜେପି ଏକକର ଉପାଧ୍ୟକ୍ଷ, ସମାବେଶକୁ ସମ୍ବୋଧିତ କରି ହେଲ୍ଥଭିଲ୍ କେନ୍ଦ୍ରର ସ୍ଥାପନା ପାଇଁ ଡ଼କ୍ଟର ମୀନକେତନଙ୍କ ବିଶାଳ ଜନହିତୈଷି ଉଦ୍ୟମ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭୁବନେଶ୍ୱରରେ ସ୍ଥିତ ଏହି ପ୍ରସିଦ୍ଧ ନେଚୁରୋପେଥିକ୍ ସେଂଟର ନିମ୍ନ ଖର୍ଚ୍ଚରେ ଏବଂ ସହଜ ଉପାୟରେ ସମସ୍ତ ଜନସମାଜର କଲ୍ୟାଣ ହେତୁ ଏକ ଅନନ୍ୟ ଭୂମିକା ନିର୍ବାହ କରିବ। ଏଥିପାଇଁ ସେ ଡ଼କ୍ଟର ମୀନକେତନଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇଛନ୍ତି।