IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର : କଣ ବୁଢା ହେବା ଯାଏ ଏମିତି କର୍ପୋରେଟର ହେଉଥିବୁ? ଦି ତିନି ଥର ହୋଇ ସାରିଲୁଣି l ମେୟର ହେବାକୁ କଣ ଆମେ ଯୋଗ୍ୟ ନୁହେଁ? ହତାଶା ଭରା କଣ୍ଠରେ ଜଣେ ପ୍ରମୁଖ ମେୟର ଆଶାୟୀ ଏମତି କହିଛନ୍ତି l ମେୟର ଆସନ ପାଇଁ ଛାହିଁ ରହିଥିବା ଅନେକ ଆଶାୟୀଙ୍କ ମନ ଭାଙ୍ଗିଲାଣି l କେତେକ କହୁଛନ୍ତି, ଦଳ ଏଥର ଵି ଆମକୁ ସୁଯୋଗ ଦେବନି l ପୁଣି କିଏ କହୁଛି, ଆମ ପତ୍ତା କାଟିବାକୁ ଏଥର ବୋଧେ ମହିଳା କାର୍ଡ ଖେଳିଦେବେ l ନ ହେଲେ ଶୂନ୍ୟରୁ ଆଣି କାହାକୁ ବସାଇ ଦେବେ ଆମ ଉପରେ lଏଥର ମେୟର ଆସନ ପାଇଁ ସିଧା ସଳଖ ନିର୍ବାଚନ ହେବ l ଲୋକେ ସିଧାସଳଖ ମେୟର ପାର୍ଥୀଙ୍କୁ ଭୋଟ ଦେଇ ଜିତଇବେ l ତେଣୁ ଦମଦାର ପାର୍ଥି ଦେବା ପାଇଁ ସବୁ ଦଳ ଯୋଜନାରେ ଅଛନ୍ତି l ଲୋକସଭା ଆସନ ଜିତିବା ପରଠୁ ରାଜଧାନୀରେ ବିଜେପି ଵଳ ବଢିଛି l ଅନ୍ୟପକ୍ଷରେ ବିଜେଡିରେ ମେୟର ହେବାକୁ ମାଳ ମାଳ ଆଶାୟୀ ମନବଳାଇଛନ୍ତି l ସେଠି ମଧ୍ୟରୁ ଅନେକାଂଶ ଗତଥର ଵି ଆଶାୟୀ ଥିଲେ l ଆଶାୟୀଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ଅମରେଶ ଜେନା । ଜଣେ ଦକ୍ଷ ସଂଗଠକ ହିସାବରେ ରାଜଧାନୀରେ ବେଶ ପରିଚିତ ସେ । ସମାଜସେବାରେ ତାଙ୍କର ଅନେକ ସୁନାମ ରହିଛି । କରୋନା ସମୟରେ ଘର ରୁ ଘର ବୁଲି ଲୋକଙ୍କ ସେବା କରିବା ପ୍ରାୟତଃ ସଭିଏଁ ଦେଖିଛନ୍ତି । ଅନେକ ନେତା ମଧ୍ୟ ଅମରେଶ ଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ଭୁବନେଶ୍ୱରର ସଂସଦୀୟ କ୍ଷେତ୍ର ବିଜେପି ହାତରେ ଥିବାରୁ ଅମରେଶ ବିଜେଡି ପ୍ରାର୍ଥୀ ହେଲେ ଦଳ ସହଜରେ ବିଜୟ ହାସଲ କରିବ ବୋଲି ଅନେକ ଯୁକ୍ତି ବାଢିଛନ୍ତି।ସେହିପରି ଅମରେଶଙ୍କ ବ୍ୟତୀତ ବିରଞ୍ଚି ନାରାୟଣ ମହାସୁପକାର, ଏସ. କେ. ନିଜାମୁଦିନ, ନବକିଶୋର ବେହେରା, ମାନସି ସୁନ୍ଦରାୟ, ପ୍ରୀତିନନ୍ଦ ରାଉତରାୟ, ମହାମାୟା ସ୍ୱାଇଁ, ହୃଦୟ ବଲ୍ଲଭ ସାମନ୍ତରାୟ, ସଞ୍ଜୟ ସେଠୀଙ୍କ ଭଳି ଅନେକ ପୂର୍ବତନ କର୍ପୋରେଟର ନିଜକୁ ଦାବିଦାର ବୋଲି କହି ଆସୁଛନ୍ତି l କିନ୍ତୁ ପାୱାର କରିଡର ରେ ଅମରେଶ ଙ୍କ ବ୍ୟତୀତ ଆଉ କାହାର ନାଁ କୁ ହିସାବକୁ ନିଆଯାଇନାହିଁ । କେବଳ କର୍ପୋରେଟର ନୁହେଁ, ଆଉ କେତେକ ନା ବି ଚର୍ଚ୍ଚାକୁ ଆସିଛି l ଭୁବନେଶ୍ୱରରୁ ସାଂସଦ ପାର୍ଥି ଭାବେ ଲଢ଼ି ପରାଜିତ ହୋଇଥିବା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୁପ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଶୁଣିବାକୁ ମିଳିଛି l ମହିଳା ନେତ୍ରୀଙ୍କ ଭାବେ ଶ୍ରୀମୟୀ ମିଶ୍ରଙ୍କ ନାଁ ସମ୍ଭାବ୍ୟ ମେୟର ପ୍ରାର୍ଥୀ ଭାବେ ଅଚାନକ ଚର୍ଚ୍ଚାକୁ ଆସିଛି l ଦଳର କିଛି ହେଭିୱେଟ ଅପରାଜିତାଙ୍କୁ ମାତ ଦେବାକୁ ହେଲେ ଶ୍ରୀମୟୀ ମୈଦାନ କୁ ଓହ୍ଲାଇବା ଦରକାର ବୋଲି କହିଛନ୍ତି। ସେହିପରି ସମାଜସେବୀ ତଥା ଯୁବ ଉଦ୍ୟୋଗୀ ରୁଦ୍ର ସାମନ୍ତରାୟଙ୍କ ନାଁ ମଧ୍ୟ ଆଶାୟୀ ଲିଷ୍ଟ ରେ ରହିଛି । ଅମରେଶ ଙ୍କ ପରେ ଯଦି କାହା ନାଁ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥାଏ, ସେ ହେଉଛନ୍ତି ରୁଦ୍ର । ଦଳୀୟ କାର୍ଯ୍ୟକ୍ରମ ହେଉ ବା ଓଡିଶା ମୋ ପରିବାର କାର୍ଯ୍ୟକ୍ରମ ସବୁଥିରେ ଦକ୍ଷତାର ସହ କାମ କରିଛନ୍ତି ରୁଦ୍ର । ଏଣୁ ଏଭଳି ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ ନେତା ମାନଙ୍କର ବିରୋଧ ରହିବନାହିଁ ବୋଲି ଚର୍ଚ୍ଚା ହେଉଛି । କିନ୍ନର ନେତ୍ରୀ ମୀରା ପରିଡ଼ାଙ୍କୁ ଵି ପାର୍ଥି କରି ବିଜେଡି ସଭିଙ୍କୁ ଚକମା ଦେଇପାରେ l
ମେୟର ପଦବୀ ପାଇଁ ଦଳ ଭିତରେ ଏକାଧିକ ଆଶାୟୀ ଥିବାରୁ ବିଜେଡି ଏଥର ନୂଆ ଗେମ ପ୍ଲାନ ନେଇ ବିଚାର ବୀମର୍ଷ ଚଳାଇଛି l ଏକ ସୂତ୍ରରୁ ଜଣାପଡିଛି, ଦଳ ଏଥର ମହିଳା କାର୍ଡ ଖେଳିପାରେ l ଯଦିଓ ମେୟର ହେବାକୁ ସବୁ ବ୍ୟାକୁଳ, ଅସଲରେ ଆମେ ୨/୩ଜଣ ପ୍ରମୁଖ ଦାବିଦାର ଅଛନ୍ତି l ସେମାନଙ୍କ ଭିତରୁ ଦଳ ଯାହାକୁ ବାଛିବ, ବାକି ବିଦ୍ରୋହ କରିବେ l ଅମୁକ ହେଲେ ସମୁକ ମୁଁହ ଫୁଲାଇବ, ସମୁକ ହେଲେ ଅମୁକ ବୁଝିବେନି l ଏଭଳି ପରିସ୍ଥିତିରେ ଦଳ ବିଦ୍ରୋହ ରୋକିବାକୁ ମହିଳା କାର୍ଡ ଖେଳିବା ସମ୍ଭାବନା ଅଧିକ l ମୂଳୁ ମାଇଲେ ଯିବ ସରି ନ୍ୟାୟରେ ମେୟର ପଦବୀକୁ ହିଁ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇପାରେ l ବିଶେଷକରି ରାଜଧାନୀରେ ବିଜେପି ସାଂସଦଙ୍କ ପ୍ରଭାବକୁ ଚେକ ଦେବାକୁ ବିଜେଡି ଏଭଳି ଗୋଟି ଚାଳାଇବା ନେଇ ଚର୍ଚ୍ଚା ହେଉଛି l ଏମିତିକି ୨୦୧୯ରେ ଉତ୍ତର ଭୁବନେଶ୍ୱରରେ ବିଧାୟକ ପାର୍ଥୀ ଦେବା ଭଳି ସର୍ଵପ୍ରାଇଜି କାର୍ଡ ଖେଳିପାରେ ବିଜେଡି l ଏମିତି ହେଲେ ପ୍ରାୟତଃ ଅଶାୟୀଙ୍କ ସ୍ବପ୍ନ ଭାଙ୍ଗିଯିବ l
ଏଭଳି ଚର୍ଚ୍ଚା ମେୟର ଆଶାୟୀ ଥିବା ପୂର୍ବତନ କର୍ପୋରେଟଙ୍କ କାନରେ ଵି ବାଜିଲାଣି l ଅନେକ ଏକଥା ଜାଣି ମନ ଫଟାଇ ଘୁମୁରି କାନ୍ଦୁଛନ୍ତି l କିଛି ପୂର୍ବତନ କର୍ପୋରେଟର ଏସବୁ ବୁଝିପାରିଲି ପୁଣି କର୍ପୋରେଟର ହେବାକୁ ସଜବାଜ ହେଲେଣି l ଆଉ କେତେକଙ୍କ ମେୟର ହେବ ସ୍ବପ୍ନ ଵି ଭାଙ୍ଗିନି l ଆଶା ଧରି ବୁଲୁଛନ୍ତି l ଅନ୍ୟପକ୍ଷରେ ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହେବ ଚର୍ଚ୍ଚା ଶୁଣି ପୁରୁଣା ମହିଳା କର୍ପୋରେଟମାନେ ଲବି ଆରମ୍ଭ କରିଦେଲେଣି ମୋଟ ୬୭ ୱାର୍ଡରୁ ଗତ ୨୦୧୪ ନିର୍ବାଚନରେ ୩୭ ଜଣ ମହିଳା ପାର୍ଥୀ କର୍ପୋରେଟର ଭାବେ ନିର୍ବାଚନ ହୋଇଥିଲେ l ଏଥିମଧ୍ୟରେ ଅନେକ ଏବେ ମେୟର ହେବାକୁ ଆଶା ବାନ୍ଧିଛନ୍ତି l ସବୁ ଆପେକ୍ଷା କରିଛନ୍ତି, ମେୟର ଆସନରେ ସଂରକ୍ଷଣ ଘୋଷଣାକୁ l କିନ୍ତୁ ଏହାପରେ ବି ସଭିଏଁ ଜାଣନ୍ତି ଫାଇନାଲରେ ଚକମା ଦେଖାଇବେ ଦଳ ସୁପ୍ରିମୋ । ତେଣୁ ନବୀନଙ୍କ ଘୋଷଣାକୁ ସଭିଙ୍କ ଅପେକ୍ଷା ।