ରାଜ୍ୟ

ବେଲଗୁଣ୍ଠାରେ ଜଣେ ବୃଦ୍ଧା ମୃତ – Ibnodisha

[ad_1]

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଗୋବରା ପଂଚାୟତ ମରାଇପାଟ ଗ୍ରାମର ହରି ଗୌଡ଼ଙ୍କ ପତ୍ନୀ ଶଶୀ ଗୌଡ଼ (୬୫) ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଶଶୀଙ୍କ ପୁଅ ବୀରେନ୍ଦ୍ର ଗାଙ୍ଗପୁର ଥାନାରେ ଅବଗତ କରିବା ପରେ ପୁଲିସ୍ ଏନେଇ କେସ ନଂ ୧୪/୨୩ରେ ଏକ ଅପମ୍ୟତୁଞ ମାମଲା ରୁଜୁ କରିଛି। ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଶଶୀଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବ୍ରି କରିଛନ୍ତି।

ସୂଚନା ପ୍ରକାରେ ଗୁରୁବାର ରାତିରେ ଉଭୟ ସ୍ୱାମୀସ୍ତ୍ରୀ ଖାଇପିଇ ଶୋଇଥିଲେ। ରାତିରେ ଏକ ବିଷାକ୍ତ ସାପ ଶଶୀଙ୍କ ହାତକୁ କାମୁଡ଼ି ଦେଇଥିଲା। ଯନ୍ତ୍ରଣା ହେବାରୁ ଶଶୀ ନିଦରୁ ଉଠି ସାପ କବଳରୁ ରକ୍ଷା ପାଇଁ ତାକୁ ମାରି ଦେଇଥିଲେ। ପରେ ସ୍ୱାମୀଙ୍କୁ ଉଠାଇ ସାପ କାମୁଡ଼ିବା ସମ୍ପର୍କରେ କହିଥିଲେ। ସକା‌ଳେ ତୁରନ୍ତ ଶଶୀଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶଶୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button