ରାଜ୍ୟ

ସରକାରଙ୍କ ଡେଙ୍ଗୁ ମୁକାବିଲା ଏମିତି: ୟୁସିଏଚ୍‌ସିରେ ଚିକିତ୍ସା ଲାଗି ଭେଷଜ ବିଶେଷଜ୍ଞ ନାହାନ୍ତି – Ibnodisha

[ad_1]

ଆଡ୍‌ମିଟ୍‌ ରୋଗୀ ଗୁରୁତର ହେଲେ ଆମ୍ବୁଲାନ୍‌ସରେ ଯିବେ କ୍ୟାପିଟାଲ ହସ୍ପିଟାଲ!

ଭୁବନେଶ୍ବର: ରାଜଧାନୀ ସମେତ ରାଜ୍ୟରେ ‌ଏବେ ଡେଙ୍ଗୁ ସ୍ଥିତି ସଙ୍ଗିନ। ବିଶେଷକରି ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଲାଣି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଗହଳି ହେଉଥିବାରୁ ଭିଡ଼ କମାଇବା ପାଇଁ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ୟୁସିଏଚ୍‌ସି)‌ରେ ୧୦ଟି ଲେଖାଏ ଶଯ୍ୟା ଓ ନମୁନା ସଂଗ୍ରହ ବ୍ୟବସ୍ଥା ଘୋଷଣା ହୋଇଛି। ହେଲେ କେବଳ ବିଏମ୍‌ସିକୁ ବାଦ୍ ଦେଲେ ଅନ୍ୟ ୩ଟି ୟୁସିଏଚ୍‌ସିରେ ଭେଷଜ ବିଶେଷଜ୍ଞ ନାହାନ୍ତି। ଡେଙ୍ଗୁ ରୋଗୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବା ବେଳେ କେବଳ ଲକ୍ଷଣକୁ ଦେଖି ଚିକିତ୍ସା କରାଯାଇଥାଏ। ଏ ଦୃଷ୍ଟିରୁ ଭେଷଜ ବିଶେଷଜ୍ଞଙ୍କ ଭୂମିକା ଅଧିକ। ମାତ୍ର ୟୁସିଏଚ୍‌ସିରେ କାହା ଭରସାରେ ରୋଗୀ ଆଡମିଟ୍‌ ହେବେ ? ଯଦି କୌଣସି ରୋଗୀ ଗୁରୁତର ହୋଇପଡ଼ନ୍ତି ତାହାଲେ ପୁନର୍ବାର ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ଛଡ଼ା ଅନ୍ୟ କିଛି ବାଟ ନାହିଁ। ତେଣୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏଭଳି ଢଙ୍ଗରେ ଡେଙ୍ଗୁ ମୁକାବିଲା ଏକପ୍ରକାର ପ୍ରହସନ ବୋଲି ଡାକ୍ତରୀ ମହଲରେ ଆଲୋଚନା ହେଉଛି।

ଆଡ୍‌ମିଟ୍‌ ରୋଗୀ ଗୁରୁତର ହେଲେ ଆମ୍ବୁଲାନ୍‌ସରେ ଯିବେ କ୍ୟାପିଟାଲ ହସ୍ପିଟାଲ!
ଏବେ ଡେଙ୍ଗୁର ପିକ୍‌ ପିରିୟଡ୍‌ ଚାଲିଛି: ସ୍ବାସ୍ଥ୍ୟ ବିଭାଗ

ଗତକାଲିସୁଦ୍ଧା ଖୋର୍ଧା ଜିଲ୍ଲାରେ ୧୩୪୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୦ ପ୍ରତିଶତ ହେଉଛନ୍ତି କେବଳ ଭୁବନେଶ୍ବରର। ନୂଆପଲ୍ଲୀ, ସାଲିଆସାହି, ଶୈଳଶ୍ରୀବିହାର ଆଦି ଅଞ୍ଚଳ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି। କ୍ୟାପିଟାଲ ହସ୍ପିଟାଲ ରୋଗୀଙ୍କୁ ଶଯ୍ୟା ନ ମିଳିବା ଓ ରକ୍ତ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲରୁ ଚାପ କମାଇବାକୁ ଯାଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଏମ୍‌ସି, ପଟିଆ, ଡୁମୁଡୁମା ଓ ୟୁନିଟ୍‌-୪ ୟୁସିଏଚ୍‌ସିରେ ରୋଗୀଙ୍କୁ ଆଡମିଟ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏସବୁ ସ୍ଥାନରେ ରୋଗୀଙ୍କ ପାଇଁ ଶଯ୍ୟା ଉପଲବ୍ଧ ଥିବା ଲୋକମାନେ ଜାଣିପାରୁନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ ଏବେ ୫୨ଜଣ ରୋଗୀ ଆଡମିଟ୍‌ ଅଛନ୍ତି। କିଛି ରୋଗୀ ୱାର୍ଡ ବାହାରେ ଥିବା ଅସ୍ଥାୟୀ ଶଯ୍ୟାରେ ରହିଛନ୍ତି। ହେଲେ ଅନ୍ୟ ୪ଟି ସ୍ବାସ୍ଥ୍ୟାନୁଷ୍ଠାନରେ ଶଯ୍ୟା ଥିଲେ ବି ରୋଗୀ ଆଗ୍ରହ ଦେଖାଉନାହାନ୍ତି। ଗଣମାଧ୍ୟମକୁ ବାଦ୍ ଦଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ନେଇ ବିଶେଷ କିଛି ପଦକ୍ଷେପ ନିଆଯାଉନାହିଁ। ଫଳରେ ଜ୍ବର ହେବା ମାତ୍ରେ ରୋଗୀମାନେ କ୍ୟାପିଟାଲ ହସ୍ପିଟାଲ ଦୌଡ଼ୁଛନ୍ତି। ଏହାସହ ପଟିଆ, ଡୁମୁଡୁମା, ୟୁନିଟ୍‌-୪ ୟୁସିଏଚ୍‌ସିରେ ମେଡିସିନ୍ ବା ଭେଷଜ ବିଶେଷଜ୍ଞ ନାହାନ୍ତି। ତେଣୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଯେଉଁ ଚିକିତ୍ସା ମିଳୁଛି ସେହି ଚିକିତ୍ସା ୟୁସିଏଚ୍‌ସିରେ ଲୋକମାନଙ୍କୁ ମିଳିବ ବୋଲି ତାହାର କିଭଳି ସୁନିଶ୍ଚିତ ହେବ ? ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ପ୍ଲେଟଲେଟ୍‌ର ଆବଶ୍ୟକତା ପଡ଼ୁଛି। ଏସବୁ ୟୁସିଏଚ୍‌ସିରେ ଆଡମିଟ୍‌ ଥିବା ରୋଗୀଙ୍କ ଯଦି ହଠାତ୍ ପ୍ଲେଟଲେଟ୍‌ର ଆବଶ୍ୟକତା ପଡ଼େ ତାହାଲେ ତାଙ୍କୁ ସେଠାରେ ସେବା ଦିଆଯିବ ନା କ୍ୟାପିଟାଲ ହସ୍ପିଟାଲ୍‌କୁ ରେଫର କରାଯିବ ?

ଅପରପକ୍ଷରେ ରାଜ୍ୟ ସରକାର ଆଇଆରସି ଭିଲେଜ ୟୁପିଏଚ୍‌ସି ଓ ପଟିଆ ସିଏଚ୍‌ସିରେ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରେଟାରି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨-୩ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ କ୍ୟାପିଟାଲ ହ‌ସ୍ପିଟାଲ, ଏମ୍‌ସ ଭୁବନେଶ୍ବର, ଆରଏମ୍‌ଆରସିରେ ଲୋକମାନେ ଡେଙ୍ଗୁ ପରୀକ୍ଷା କରିପାରୁଥିଲେ। ଏହି ଦୁଇ ସ୍ଥାନରେ ଲ୍ୟାବ୍ କାର୍ଯ୍ୟକାରୀ ହେଲେ ନମୁନା ପରୀକ୍ଷା ସମସ୍ୟା ବହୁମାତ୍ରାରେ ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ସାଧାରଣତଃ ସେପ୍ଟେମ୍ବର ପର୍ଯ୍ୟନ୍ତ ଡେଙ୍ଗୁ ରୋଗ ଦେଖିବାକୁ ମିଳିଥାଏ। ଆସନ୍ତାମାସ ପର୍ଯ୍ୟନ୍ତ ପିକ୍ ପରିୟଡ୍‌ ଚାଲିବ। ଚଳିତବର୍ଷ ଯେହେତୁ ବର୍ଷା ଲାଗି ରହିଛି ତେଣୁ କେତେଦିନ ପର୍ଯ୍ୟନ୍ତ ଡେଙ୍ଗୁ ରହିବ ତାହା ଆକଳନ କରିବା କଷ୍ଟକର। ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ୪ଟି ସ୍ବାସ୍ଥ୍ୟାନୁଷ୍ଠାନ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ଡା.ମିଶ୍ର କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button