ରାଜ୍ୟ

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା – Ibnodisha

[ad_1]

କଟକ : ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ। କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ। ରାୟ ଦେଲେ କଟକ ଆଡ଼ହକ ପୋକସୋ କୋର୍ଟ। ଅଭିଯୁକ୍ତ ଗୁଡୁ ସାହୁ ଦୋଷୀ ସାବ୍ୟସ୍ତ। ୨୦୧୭ ମସିହାରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ଏକ କଲେଜରୁ ନାବାଳିକାକୁ ଅପହରଣ କରିଥିଲା ଦୋଷୀ। ପିଡିତାକୁ କାକଟପୁର ଅଞ୍ଚଳରେ ରଖି ଦୁଷ୍କର୍ମ କରିଥିଲା। ୯ ଜଣ ସାକ୍ଷୀଙ୍କ ଵୟାନ ଓ ୧୧ ଟି ଡ଼କୁମେଣ୍ଟ ଆଧାରରେ ଏହି ରାୟ। ପିଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ମାମଲାକୁ ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ୱଜିତ ରାୟ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button