ରାଜ୍ୟ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ପ୍ରାୟ ୩ କୋଟିର ସମ୍ପତ୍ତି ଠାବ – Ibnodisha

[ad_1]

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲାକାନଗିରି ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସଞ୍ଜୟଙ୍କ ବିରୋଧରେ ଜୟପୁର ଭିଜିଲାସନ୍ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ । ୱାରେଣ୍ଟ ଆଧାରରେ ଶ୍ରୀ ମହାନ୍ତିଙ୍କ ୭ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍ । ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ପରି ଆଜି ଭିଜିଲାନ୍ସ ଚଢ଼ଉ ପରେ କୋଟି କୋଟି ଟଙ୍କାର ସମ୍ପତ୍ତି ସାମ୍ନାକୁ ଆସିଛି ।

ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ଶ୍ରୀ ମହାନ୍ତିଙ୍କ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଦେଉଳିପଞ୍ଚୁଘଣ୍ଟାରେ ଥିବା ତିନି ମହଲା ଘର, ଭୁବନେଶ୍ୱର ରଘୁନାଥପୁରରେ ଥିବା ଗ୍ରୀନ ହୋମସ୍ ଆପାର୍ଟମେଣ୍ଟ, ମାଲାକାନଗିରିସ୍ଥିତ କାଡ଼ା କାର୍ଯ୍ୟାଳୟ, ଭଡ଼ାରେ ରହୁଥିବା ବାସଭବନ, ତା’ସହ ଭଡ଼ାରେ ରହୁଥିବା ମାଲିକଙ୍କ ଘର, ଭୁବନେଶ୍ୱର ପୋଖରୀପୁଟ ସମ୍ପର୍କୀୟଙ୍କ ଘର, ଜଳେଶ୍ୱର ପାଇକସିଡ଼ାରେ ଥିବା ବାସଭବନ ଉପରେ ଚଢ଼ଉ ଏକକାଳିନ ହୋଇଥିଲା ।

ଭିଜିଲାନ୍ସ ହାତରେ ଜଳଶ୍ୱେରରେ ଥିବା ଦେଉଳିପଞ୍ଚୁଘଣ୍ଟାରେ ୧୦ହଜାର ବର୍ଗଫୁଟର ତିନି ମହଲା ଘର, ଭୁବେଶ୍ୱର ରଘୁନାଥପୁରରେ ଗ୍ରୀନ ହୋମସ୍ ଆପାର୍ଟମେଣ୍ଟରେ ଥିବା ୧୨୦୦ ବର୍ଗଫୁଟର ୨ ବିଏଚକେର ଗୋଟିଏ ଫ୍ଲାଟ୍‌, ଜଳେଶ୍ୱର ସହର ପ୍ରମୁଖ ସ୍ଥାନରେ ୧୪ଟି ପ୍ଲଟ, ୧ ଲକ୍ଷ ୪୩ ହଜାର ନଗଦ ଟଙ୍କା, ଗୋଟିଏ ହୋଣ୍ଡା ସିଟି କାର ଓ ୨ଟି ବାଇକ ଯାହାର ମୁଲ୍ୟ ୧୨.୭୦ ଲକ୍ଷ, ୮ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ବୀମା କମ୍ପାନୀରେ ଡିପୋଜିଟ୍ କାଗଜପତ୍ର, ୧୪.୧୮ ଲକ୍ଷର ସୁନାଗହଣା ଭିଜିଲାନ୍ସ ଜବତ କରିଛି । ୨୦୧୦ମସିହାରେ ଶ୍ରୀ ମହାନ୍ତି ଅସ୍ଥାୟୀ ଭାବେ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ଆସୁଥିବାବେଳେ ୨୦୧୨ମସିହାରୁ ଜଳସେଚନ ବିଭାଗରେ ଚୁକ୍ତିଭିତ୍ତିରେ କାମ କରୁଥିଲେ । ୨୦୨୦ମସିହାରେ ତାଙ୍କୁ ସରକାର ନିୟମିତ କରିଥିଲେ ।

ହେଲେ ସେ ଲୋକଙ୍କଠାରୁ ଏତେ ଟଙ୍କା ଲୁଟିଛନ୍ତି ଯେ ତାଙ୍କଠାରୁ ଜବତ ହୋଇଥିବା ସମସ୍ତ ସମ୍ପତ୍ତିର ମୁଲ୍ୟ ପାଖାପାଖି ୩ କୋଟି ଟଙ୍କା ହେବା ନେଇ ଭିଜିଲାନ୍ସ ଅନୁମାନ କରୁଛି । ଏହା ସହ ଏବେ ମଧ୍ୟ ଚଢ଼ଉ ଜାରି ରହିଛି । ୭ଟି ସ୍ଥାନରେ ଚଢ଼ଉ ସମୟରେ ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟର, ୮ ଜଣ ଏଏସ୍‌ଆଇ ସାମିଲ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button