ରାଜ୍ୟ

୨-୩ଟି ଜିଲ୍ଲାକୁ ଛାଡ଼ି ସାରା ରାଜ୍ୟକୁ ମାଡ଼ିଗଲାଣି ସ୍କ୍ରବ ଟାଇଫସ:ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ – Ibnodisha

[ad_1]

ଭୁବନେଶ୍ୱର: ୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ, ସାରା ରାଜ୍ୟକୁ ମାଡ଼ିଗଲାଣି ସ୍କ୍ରବ ଟାଇଫସ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଛି । ଏଥିରୁ ୨୮୨୦ ସ୍କ୍ରଵ ଟାଇଫସ ପଜିଟିଭ ଚିହ୍ନଟ ହେଲେଣି । କେନ୍ଦ୍ରୀୟ ଟିମ ସ୍କ୍ରଵ ଟାଇଫସ ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲା ସହ ବୁର୍ଲା ମେଡିକାଲ ମେଡିକାଲ ଯାଇଥିଲେ । ସେମାନେ ଓଡ଼ିଶାର ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରଵ ଟାଇଫସ ଟେଷ୍ଟିଙ୍ଗ କରୁଛି ।

ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଆମକୁ ଟେଷ୍ଟିଙ୍ଗ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ ସେମାନେ ମୌଖିକ ଭାବେ ପରାମର୍ଶ ଦେଇଛନ୍ତି । ଖୁବଶୀଘ୍ର ସେମାନେ ଲିଖିତ ସୁପାରିଶ ଦେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ । ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତ୍ୟୁ ନେଇ ଯାଞ୍ଚ କରିଥିଲେ । ମୃତ୍ୟୁ ନେଇ ଦ୍ୱନ୍ଦ୍ୱ ରହିଛି । କାରଣ ଘରୋଇ ହସ୍ପିଟାଲରେ ଅନେକଙ୍କ ମୃତ୍ୟୁ ହୋଇଛି । ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପୀଡ଼ ଟେଷ୍ଟ ହେଉଛି । ହେଲେ କେବଳ ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରଵ ଟାଇଫସ ରୋଗ ଚିହ୍ନଟ କରି ପାରିବ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button