ଦେଶ

କଳ୍ପନା ସୋରେନ୍ ହୋଇପାରନ୍ତି ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ରାଞ୍ôଚ : ଜମି ତଥା ମନି ଲ୍‌ଣ୍ଡରିଂ ଭଳି ଦୁର୍ନୀତି ମାମଲାରେ ଇଡି ଜାଲରେ ଛନ୍ଦି ହୋଇପଡିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ହେମନ୍ତ ସୋରେନ୍ ୨୪ ଘଣ୍ଟା ପରେ ସମସ୍ତଙ୍କ ସାମ୍ନାକୁ ଆସିଛନ୍ତି । ଇଡି ପକ୍ଷରୁ ତାଙ୍କୁ ୮/୯ଥର ସମନ୍ ଜାରି କରାଯିବା ସତ୍ତ୍ୱେ ସେ ଇଡି ସମ୍ମୁଖରେ ହାଜର ହୋଇନଥିଲେ । ସୋମବାର ଇଡି ଅଧିକାରୀ ତାଙ୍କ ବାସଭବନକୁ ଆସିଥିବା ବେଳେ ହେମନ୍ତ କେଉଁଆଡେ ନିଖୋଜ ହୋଇଯାଇଥିଲେ ।

ତା’ପରେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିଲା । ତାଙ୍କ ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ଥିଲା । ତାଙ୍କ ସହ ଥିବା ତାଙ୍କ ସହଯୋଗୀମାନଙ୍କ ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ରହିଥିଲା । ତେବେ ହେମନ୍ତ ନିଜେ ଆସନ୍ତା ୩୧ ତାରିଖରେ ସ୍ୱତଃପ୍ରବୃତ୍ତ ଭାବେ ହାଜର ହେବେ ବୋଲି ଇ-ମେଲ୍ କରି ଇଡି ଅଧିକାରୀଙ୍କୁ ଜଣାଇଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ ହେମନ୍ତ ରାଞ୍ôଚରେ ଥିବା ନିଜ ଘରେ ଆସି ପହଞ୍ôଚଛନ୍ତି । ସମ୍ପ୍ରତି ସେ ନିଜ ଘରେ ଦଳୀୟ ବିଧାୟକଙ୍କ ସହ ବୈଠକ କରୁଥିବା ଜଣାପଡିଛି ।

ବୈଠକରେ ହେମନ୍ତ ନିଜ ପତ୍ନୀ କଳ୍ପନା ସୋରେନ୍‌ଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏହା ଉପରେ ଚର୍ଚ୍ଚା ଜାରି ରହିଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଦଳର କିଛି ବରିଷ୍ଠ ତଥା ପୁରୁୂଣା ନେତା ହେମନ୍ତଙ୍କ ଏହି ପ୍ରସ୍ତାବରେ ଖୁସିନାହାନ୍ତି । ଫଳରେ ସେମାନେ ବୈଠକ ଅଧାରୁ ଉଠି ଚାଲିଯାଇଛନ୍ତି । ଇଡି ତଦନ୍ତର ସମ୍ମୁଖୀନ ହେବା ପୂର୍ବରୁ ହେମନ୍ତ ସୋରେନ୍ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିଶ୍ଚିତ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । ବିହାରରେ ଲାଲୁ-ରାବ୍ରୀଦେବୀଙ୍କ ଫର୍ମୁଲା ଅନୁସାରେ ହେମନ୍ତ ଏବେ ନିଜ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ପ୍ରକାଶ, ହେମନ୍ତ ସୋରେନ୍‌ଙ୍କ ପତ୍ନୀ ତଥା ଝାଡଖଣ୍ଡର ଭାବି ମୁଖ୍ୟମନ୍ତ୍ରୀ କଳ୍ପନା ସୋରେନ୍‌ଙ୍କ ପୈତୃକ ଘର ହେଉଛି ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ।

ମୟୁରଭଞ୍ଜରେ ଏବେ ବି କଳ୍ପନାଙ୍କ ପରିବାର ଲେକେ ରହୁଛନ୍ତି । ୨୦୦୬ରେ କଳ୍ପନା ଏବଂ ହେମନ୍ତ ସୋରେନ୍ ପରସ୍ପରକୁ ବିବାହ କରିଥିଲେ । ତେବେ କଳ୍ପନାଙ୍କୁ ବର୍ତ୍ତମାନ ସୁଦ୍ଧା ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିନଥିଲେ ମଧ୍ୟ ସେ ରାଜନୀତିରେ ବେଶ୍ ରୁଚି ରଖୁଥିବା ଜଣାପଡିଛି । ଏସବୁ ମଧ୍ୟରେ ଝାଡଖଣ୍ଡରେ ଏବେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିବା ହୃଦବୋଧ କରିବା ସହ ରାଞ୍ôଚର ୩ଟି ପ୍ରମୁଖ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି । ହେମନ୍ତଙ୍କ ସରକାରୀ ବାସଭବନ, ଇଡି କାର୍ଯ୍ୟାଳୟ ଏବଂ ରାଜଭବନର ୧୦୦ ମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଧାରା ୧୪୪କୁ କାର୍ଯ୍ୟକାରୀ କରାଯାଇଛି ।

ପ୍ରକାଶ, ଗତକାଲି ହେମନ୍ତଙ୍କ ଘରକୁ ଇଡି ଅଧିକାରୀମାନେ ଆସିଥିଲେ ଏବଂ ସେଠାରେ ପ୍ରାୟ ୧୩ ଘଣ୍ଟାରୁ ଅଧିକ ସମୟ ରହିଥିଲେ । ଏହି ସମୟରେ ଇଡି ଅଧିକାରୀମାନେ ହେମନ୍ତଙ୍କ ଘର ପରିସରରେ କିଛି ସମୟ ଛାନ୍‌ବିନ୍ ମଧ୍ୟ କରିଥିଲେ । ହେମନ୍ତ ବ୍ୟବହାର କରୁଥିବା ଚାଟାର୍ଡ ବିମାନ ଦିଲ୍ଲୀ ବିମାନବନ୍ଦରରେ ରହିଥିବା ଇଡି ଅଧିକାରୀମାନେ ଜାଣିବାକୁ ପାଇଥିଲେ । ସେହିପରି ହେମନ୍ତଙ୍କ ବିଏମ୍‌ଡବ୍ଲ୍ୟୁ କାର ସେହି ଘର ପରିସରରେ ହିଁ ଛିଡା ହୋଇଥିବା ଇଡି ଅଧିକାରୀମାନେ ଦେଖିବାକୁ ପାଇଥିଲେ ।

ଗାଡ଼ିକୁ ଯାଞ୍ଚ୍ କରାଯିବା ସମୟରେ ଗାଡି ମଧ୍ୟରୁ ୩୬ଲକ୍ଷ ଟଙ୍କା ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ଇଡି ଅଧିକାରୀ ଗାଡ଼ି ସମେତ ୩୬ଲକ୍ଷ ଟଙ୍କା ଏବଂ ସେହି ଦସ୍ତାବିଜ୍‌ଗୁଡ଼ିକୁ ଜବତ କରିନେଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button