ଦେଶ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଗଲା ବସ୍‌; ୫ ବରଯାତ୍ରୀ ଜୀବନ୍ତ ଦଗ୍ଧ – Ibnodisha

[ad_1]

ନୂଆଦିଲ୍ଲୀ: ଉଚ୍ଚ ଶକ୍ତି ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ବରଯାତ୍ରୀ ବସ୍ ଆସିଯିବା ଫଳରେ ୫ଜଣ ଜୀବନ୍ତ ଦଗ୍ଧ ହୋଇଯିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଏତଦ୍‌ବ୍ୟତୀତ ଏହି ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି । ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ମରଦହ ଥାନା ଅନ୍ତର୍ଗତ ମହାହର ରୋଡ୍‌ରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଅଘଟଣ ଘଟିଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ ଏହି ବସ୍‌ଟି ଏକ ବରଯାତ୍ରୀ ବସ୍ ଥିଲା । ମଉର କୋପା ଅଞ୍ଚଳରୁ ବାହାରି ମହାହର ଧାମ ଅଭିମୂଖେ ବସ୍‌ଟି ପ୍ରାୟ ୩୦ରୁ ଅଧିକ ବରଯାତ୍ରୀମାନଙ୍କୁ ନେଇ ଯାଉଥିଲା । ତେବେ ମହାହର ରୋଡ୍ ଉପର ଦେଇ ଯାଇଥିବା ଏକ ୧୧ କେଭି ତାର ହଠାତ୍ ଛିଣ୍ଡି ପଡିଥିଲା ଏବଂ ବସ୍ ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ବସ୍‌ଟି ହଠାତ୍ ଜଳିବା ଆରମ୍ଭ କରିଦେଇଥିଲା । ଅନେକ ଲୋକ ପ୍ରାଣ ବିକଳରେ ବସ୍‌ରୁ ତଳକୁ ଡେଇଁ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଛୋଟ ଛୁଆ ମଧ୍ୟ ସାମିଲ ରହିଥିବା କୁହାଯାଉଛି । ସେହିପରି ଆଉ କିଛି ଲୋକ ଅଳ୍ପ ବହୁତେ ଜଳିଯାଇଥିଲେ ମଧ୍ୟ ବସ୍‌ରୁ ବାହାରି ଆସିବାରେ ସଫଳ ହୋଇଥିଲେ । କିନ୍ତୁ କିଛି ଲୋକ ବସ୍ ଭିତରୁ ବାହାରକୁ ଆସିପାରିନଥିଲେ ।

ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ପ୍ର୍ରକିୟା ତ୍ୱରାନ୍ୱିତ କରାଯାଇଥିଲେ ମଧ୍ୟ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ ପୁଲିସ୍ ଏବଂ ବିଦ୍ୟୁତ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଏବଂ ଆହତଙ୍କ ପାଇଁ ସମସ୍ତ ପ୍ରକାର ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button